ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ପୁଣି ବିସ୍ଫୋରଣ

Published By : Prameya-News7 Bureau | April 22, 2019 IST

କଲମ୍ବୋ ୨୨। ୪ :  ଇଷ୍ଟର ସଣ୍ଡେ  ସିରିଏଲ ବିସ୍ଫୋରଣର ୨୪ ଘଣ୍ଟା ନ ପୁରୁଣୁ ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ  ସୋମବାର ପୁଣି ବିସ୍ଫୋରଣ ହୋଇଛି। ଏକ ଚର୍ଚ୍ଚ ବାହାରେ ଏହି ବିସ୍ଫୋରଣ ହୋଇଥିବା ବେଳେ ମୃତାହତ ନେଇ ସୂଚନା ମିଳିପାରିନାହିଁ। ସେଣ୍ଟ ଏଁଥନୀ ଚର୍ଚ୍ଚ ବାହାରେ ଛିଡା ହୋଇଥିବା ଏକ ସନ୍ଦିଗ୍ଧ ଭ୍ୟାନରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଗତକାଲିର ସିରିଏଲ ବ୍ଲାଷ୍ଟ ବେଳେ ଆକ୍ରମଣକାରୀ ଏହି ଚର୍ଚ୍ଚକୁ ମଧ୍ୟ ଟାର୍ଗେଟ କରିଥିଲେ। ତେବେ ଚର୍ଚ୍ଚ  ଆଗରେ ପୁଣି ବିସ୍ପୋରଣ ଯୋଗୁ ଲୋକେ ଆତଙ୍କିତ ହୋଇପଡିଛନ୍ତି।

{"id":106120,"width":576,"height":866}

ବିସ୍ଫୋରଣ ପରେ ସହରର ସୁରକ୍ଷା କଡାକଡି କରାଯାଇଥିବା ବେଳେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ ପାଇଁ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। ସିରିଏଲ ବିସ୍ଫୋରଣ ଘଟଣାକୁ ନେଇ ଆଜି ମଧ୍ୟରାତ୍ରରୁ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି ହେବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ରବିବାର ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ସମେତ ଦେଶର ବିଭିନ୍ନ ଭାଗରେ ବିସ୍ଫୋରଣ ହୋଇଥିଲା। ଆକ୍ରମଣକାରୀ ୩ଟି ଗିର୍ଜାଘର ସମେତ ୪ଟି ହୋଟେଲକୁ ଟାର୍ଗେଟ୍ କରିଥିଲେ।

{"id":106121}

ପୃଥକପୃଥକ ସ୍ଥାନରେ ହୋଇଥିବା ବିସ୍ପୋରଣରେ ମୋଟ ୨୯୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ସେମାନଙ୍କ ମଧ୍ୟରେ ୩୬ ଜଣ ବିଦେଶୀ ଥିଲେ । ବିସ୍ଫୋରଣରେ ୫ଶହରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସିରିଏଲ ବିସ୍ଫୋରଣ ପରେ ବିଭିନ୍ନ ସ୍ଥାନରେ ପୋଲିସ ଚଢଉ କରି ଏପର୍ଯ୍ୟନ୍ତ ମୋଟ ୨୪ ଜଣଙ୍କୁ ଗିରଫ କରିଛି। ଘଟଣା ପଛରେ ବିଦେଶୀ ସଙ୍ଗଠନ ସମ୍ପର୍କ ଆଶଙ୍କା କରାଯାଉଛି। ତେବେ ଗିରଫ ସନ୍ଦିଗ୍ଧମାନେ ଶ୍ରୀଲଙ୍କା ନାଗରିକ ବୋଲି ପ୍ରାଥମିକ ଅନୁସନ୍ଧାନ ପରେ ସୂଚନା ଦିଆଯାଇଛି। ପଚରା ଉଚରା ପରେ ବିଦେଶ ଲିଙ୍କ ଉପରୁ ପର୍ଦା ହଟିବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.