କୋଭିଡ-୧୯ ମୁକାବିଲା ଲାଗି ‘ରିମେଡେସେଭର’ର ଆଗାମୀ ୩ ମାସ ଲାଗି ସମସ୍ତ ଷ୍ଟକ୍ କିଣି ନେଇଛି ଆମେରିକା !

Published By : Prameya-News7 Bureau | July 01, 2020 IST

କାଲିଫର୍ଣ୍ଣିଆ : କୋଭିଡ -19ର ସଫଳ ମୁକାବିଲା ଲାଗି ପ୍ରମାଣିତ ଦୁଇଟି ଔଷଧ ମଧ୍ୟରୁ ଗୋଟିଏର ଆଗାମୀ ୩ ମାସ ପର୍ଯ୍ୟନ୍ତ ସମସ୍ତ ଷ୍ଟକ୍‌ ଆମେରିକା କିଣି ନେଇଛି । ଯାହା ଏବେ ବ୍ରିଟେନ, ୟୁରୋପ  ଓ ବିଶ୍ୱର ଅନ୍ୟ ଦେଶଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।  ଏଥିରୁ ଆମେରିକା ତାର ସ୍ୱାର୍ଥ ଲାଗି ବିଶ୍ୱର ଦେଶମାନଙ୍କୁ ଆଗକୁ ଅଥବା ପଛକୁ କରିପାରେ ଏହା ପୁଣି ଥରେ ପ୍ରମାଣିତ କରିଛି। 

{"id":294402,"sizeSlug":"large"}

ଗିଲିୟଡ ପ୍ରସ୍ତୁତ ରିମେଡେସେଭର କୋଭିଡ-୧୯ର ସଫଳ  ଚିକିତ୍ସା କରିପାରୁଥିବା ଜଣାପଡିଛି। ଏଣୁ ୩ ମାସ ଲାଗି କମ୍ପାନୀ ପ୍ରସ୍ତୁତ କରିଥିବା ଷ୍ଟକ୍‌  ଆମେରିକା ଏକାକୀ କିଣି ନେଇଛି। ଆମେରିକୀୟ ଲାଇସେନସିଂ ଅଧିକାରୀ ପ୍ରଥମଥର ଦେଶରେ ଏହି ଔଷଧକୁ ଅନୁମୋଦନ କରିଛନ୍ତି। ରିମେଡେସେଭପ ଆକ୍ରାନ୍ତଙ୍କୁ ଖୁବ୍ ଶୀଘ୍ର ସୁସ୍ଥ କରିପାରୁଥିବା କୁହାଯାଉଛି। ସାରା ବିଶ୍ୱରେ ପରୀକ୍ଷା ଲାଗି ଏହି ଔଷଧର ୧ଲକ୍ଷ ୪୦ ହଜାର ଡୋଜ୍‌ ବଣ୍ଟାଯାଇଛି।  ତେବେ ଟ୍ରମ୍ପ ପ୍ରଶାସନ ଏହି ଔଷଧର ଏକକାଳୀନ ୫ଲକ୍ଷ ଡୋଜ୍ କିଣି ନେବା ବିଶେଷଜ୍ଞ ଓ ଅନ୍ୟମାନଙ୍କୁ ଚିନ୍ତାରେ ପକାଇଛି।

{"id":294403,"width":576,"height":324,"sizeSlug":"large"}

ଗିଲିୟଡ ଜୁଲାଇ ଲାଗି ପ୍ରସ୍ତୁତ କରିଥିବା ସମସ୍ତ ଡୋଜ୍‌ ସମେତ ଅଗଷ୍ଟ ଓ ସେପ୍ଚେମ୍ବର ମାସର ୯୦ ପ୍ରତିଶତ ଡୋଜ୍ ଆମେରିକା  ରଖି ନେଇଛି। ଏହି ଔଷଧକୁ ଇବୋଲା ସଂକ୍ରମଣ ରୋକିବା ଲାଗି ପ୍ରଥମେ ଆବିଷ୍କାର କରାଯାଇଥିଲା। ହେଲେ ଇବୋଲା ନିୟନ୍ତ୍ରଣରେ ଏହା ବିଫଳ ହୋଇଥିଲା। ତେବେ ଗିଲିୟଡଙ୍କ ପେଟେଣ୍ଟ ଅନୁସାରେ କେବଳ ତାଙ୍କ ବ୍ୟତୀତ ବିଶ୍ୱର ଅନ୍ୟ କୌଣସି ଦେଶରେଏହାର ଉତ୍ପାଦନ ହୋଇ ପାରିବ ନାହିଁ। ଆମେରିକା ସରକାରଙ୍କ ଅନୁସାରେ କୋଭିଡ ଉପଚାରରେ ଏହି ଔଷଧର ଗୋଟିଏ ଡୋଜ୍ ଲାଗି ଅନୁନ୍ୟ ୩ହଜାର ୨୦୦ ଡଲାର ଖର୍ଚ୍ଚ ଆସୁଛି।

{"id":294404,"width":576,"height":383,"sizeSlug":"large"}

ମହାମାରୀ ନିୟନ୍ତ୍ରଣରେ ଆମେରିକା  ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗତ ସପ୍ତାହରେ ଆମେରିକାରେ ଗୋଟିଏ ଦିନରେ ୪୦ ହଜାର ଲୋକେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯାହାକି ଦେଶରେ ଭୂତାଣୁ  ସଂକ୍ରମଣ ପରଠାରୁ ଗୋଟିଏ ଦିନରେ ସଂକ୍ରମଣର ଏହା ସବୁଠୁ ବଡ ରେକର୍ଡ ବୋଲି କୁହାଯାଉଛି। ଆମେରିକାରେ କୋଭିଡ-୧୯ର ଅନୁନ୍ୟ ୨.୫ ନିୟୁତରୁ ମଧ୍ୟ ଅଧିକ ସଂକ୍ରମଣ ପୁଷ୍ଟି ହୋଇଛି। ଏଣୁ ଉପୁଜିଥିବା ପରିସ୍ଥିତିକୁ ଆୟତ କରିବା ଲାଗି ବିଭିନ୍ନ ରାଜ୍ୟରେ ପୁଣି କଟକଣା ଲାଗୁ ହୋଇଛି।

{"id":294406,"sizeSlug":"large"}

ଆରିଜୋନା ଗଭର୍ଣ୍ଣର ସୋମବାର ପୁଣି ହାଜତ, ସିନେମା ହଲ,ଜିମ୍‌, ୱାଟରପାର୍କ ଆଦିକୁ ମାସକ ଲାଗି ବନ୍ଦ ଘୋଷଣା କରିଛନ୍ତି। ଏହି ସବୁ ବେପାର ମାତ୍ର ସପ୍ତାହକ ପୂର୍ବରୁ ଲୋକଙ୍କ ଲାଗି ଖୋଲିଥିଲା। ହେଲେ କାରବାର ଆରମ୍ଭ ପୂର୍ବରୁ ହିଁ ପୁଣି ବନ୍ଦ ହୋଇଯାଇଛି। ଏଥିରେ ଆମେରିକା ଯଦି ପରିସ୍ଥିତି ନିୟନ୍ତ୍ରଣ ଲାଗି ଔଷଧର ଅଧିକ ଡୋଜ୍ ନିଜ ଲାଗି ସଂରକ୍ଷିତ କରିଛି କିଛି କଥା ନାହିଁ। ହେଲେ ଏଥିରେ ପୁଣି ଥରେ ତାର ‘ ୟୁଏସ ଫାଷ୍ଟ’ ଏକଚାଟିଆ ନୀତିକୁ ଉଜାଗର କରିଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.