ପୁଣି ଆସୁଛି ‘ଆମାଜନ ଗ୍ରେଟ ଇଣ୍ଡିଆ ଫେଷ୍ଟିଭାଲ ସେଲ’, ଜାଣନ୍ତୁ କେବେଠୁ ଓ କ’ଣ ରହିଛି ଖାସ୍

Published By : Prameya-News7 Bureau | October 11, 2019 IST

ଆମାଜନ ଗତ ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟରେ ‘ଗ୍ରେଟ ଇଣ୍ଡିଆ ଫେଷ୍ଟିଭାଲ ସେଲ’ ଚଳାଇଥିଲା। ତେବେ ଦଶହରା ଭଳି ଦୀପାବଳି ଲାଗି ମଧ୍ୟ ଏବେ ଅନୁରୂପ ସେଲ ଆରମ୍ଭ କରିବାକୁ ଯାଉଛି। ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ମହାସେଲ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଯେଉଁଥିରେ ଗ୍ରାହକଙ୍କ ଲାଗି ରିହାତି ସାଙ୍ଗକୁ କ୍ୟାସ୍ ବ୍ୟାକ୍ ଅଫର ବି ଦେବ ଆମାଜନ। ତେବେ ଆସନ୍ତୁ ଜାଣିବା କେତେ ମିଳିବ ରିହାତି ।

{"id":168894}

ଦୀପାବଳି ଉପଲକ୍ଷେ କ୍ରୟ ଉପରେ ଆମାଜନ ୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବ ବୋଲି ଜଣାପଡିଛି। ଏହି ମହାସେଲରେ ଅନେକ ପ୍ରକାର ଅଫର ବି ରହିବ। ଯେଉଁଥିରେ ୧ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ବ୍ୟାକ୍ ବି ମିଳିବ ବୋଲି ଆମାଜନର ୱେବସାଇଟ୍ ରେ ଘୋଷଣା କରିଛନ୍ତି। ଏହି ସେଲରେ ଆମାଜନ ସ୍ମାର୍ଟ ଫୋନ ଠାରୁ ଆରମ୍ଭ କରି ଟେଲିଭିଜନ, ଲାପଟପ୍, କ୍ୟାମେରା ଆଦି ଅନେକ ଗେଜେଟ୍ ସେଲରେ ରଖିବେ। ଏହି ସବୁ ସାମଗ୍ରୀ ଦର ବଜାର ମୂଲ୍ୟ ଠାରୁ କମ୍  ମୂଲ୍ୟରେ ଡିସପ୍ଲେ କରାଯିବା ସହ ଡିସ୍କାଉଣ୍ଟ ବି ମିଳିବ।

{"id":168895}

ଆମାଜନ ତାର ସମସ୍ତ ୟୁଜରଙ୍କ ଲାଗି ମହାସେଲ ଅକ୍ଟୋବର ୧୩ ତାରିଖ  ମଧ୍ୟରାତ୍ରରୁ ଆରମ୍ଭ କରିବ। ତେବେ ଆମାଜନ ପ୍ରାଇମ ୟୁଜରଙ୍କୁ ଅକ୍ଟୋବର ୧୨ ତାରିଖରୁ ମହାସେଲର ଲାଭ ଉଠାଇ ପାରିବେ ବୋଲି କୁହାଯାଇଛି। ଗତ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ଗ୍ରେଟ ଇଣ୍ଡିଆ ଫେଷ୍ଟିଭ ସେଲରେ ଆମାଜନ ପ୍ରତି ସେକେଣ୍ଡରେ ସାମଗ୍ରୀ ବିକ୍ରି କରିଥିବାର ଦାବି କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.