Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଗୁରୁବାର ୪୫ ହଜାର ଶିକ୍ଷାନୁଷ୍ଠାନ ସହ ଅନ୍‌ଲାଇନ୍‌ରେ ଆଲୋଚନା କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

27/05/2020 at 8:36 PM

ଭୁବନେଶ୍ୱର, ୨୭/୦୫: କରୋନା ମହାମାରୀ ଏବଂ ଲକ୍‌ଡାଉନ୍ ଯୋଗୁଁ ଶିକ୍ଷା ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଅନିଶ୍ଚିତତା ଆଡକୁ ଯିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦେଶର ଉଚ୍ଚ ଶିକ୍ଷା ବିଭାଗର ପ୍ରାୟ ୪୫ ହଜାରରୁ ଊର୍ଦ୍ଧ୍ୱ ଉଚ୍ଚ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଓ ଶିକ୍ଷକଙ୍କ ସହ ଗୁରୁବାର ଦିନ ଆଲୋଚନା କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ୍ ‘ନିଶାଙ୍କ’ । ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରିଡିସନ୍ କାଉନ୍‌ସିଲ୍ (ନାକ୍‌), ବେଙ୍ଗାଲୁରୁ ପକ୍ଷରୁ ଏହି ଅନ୍‌ଲାଇନ୍ ଆଲୋଚନାର ଆୟୋଜନ କରାଯାଇଛି ।

ଏହି ଆଲୋଚନାକୁ ମନ୍ତ୍ରୀଙ୍କର ଫେସ୍‌ବୁକ୍ ଏବଂ ଟ୍ୱିଟର ଆକାଉଂଟ ମାଧ୍ୟମରେ ସିଧା ପ୍ରସାରଣ ମଧ୍ୟ କରାଯିବ। ଏହି ୱେବିନାର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଡିଜିଟାଲ୍ ପ୍ଲାଟ୍‌ଫର୍ମ ବ୍ୟବହାର କରିବାକୁ ଉତ୍ସାହିତ କରିବା । ଡିଜିଟାଲ୍ ପ୍ଲାଟ୍‌ଫର୍ମ ଦ୍ୱାରା ପାଠପଢ଼ା ଓ ପରୀକ୍ଷା ସବୁକିଛି ଯେପରି ସମ୍ବବ ହୋଇପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ନାକ୍‌ର ଉପଦେଷ୍ଟା ଡଃ ଅମୀୟ କୁମାର ରଥ ।

ଯଦିଓ ଏହି ମହାମାରୀ ଯୋଗୁଁ ଉଚ୍ଚ ଶିକ୍ଷା ସମସ୍ୟାର ସମ୍ମୁଖୀନ ହୋଇଛି, ତଥାପି ଏହି ଆହ୍ୱାନକୁ କିପରି ସୁଯୋଗରେ ପରିଣତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି । ୱେବିନାର୍ ମାଧ୍ୟମରେ କରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କିଭଳି ଅସୁବିଧା ସୃଷ୍ଟି ହେଉଛି ଏବଂ ଡିଜିଟାଲ୍ ପ୍ଲାଟଫର୍ମ ଦ୍ୱାରା କିଭିଳ ଏହି ସମସ୍ୟାର ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା କରାଯିବ । ଏହି ୱେବିନାରରେ ସମସ୍ତ ଅନୁଷ୍ଠାନର କୁଳପତି, ପ୍ରଫେସର ଏବଂ ଫ୍ୟାକଲ୍ଟିମାନଙ୍କୁ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି ନାକ୍‌ର ନିର୍ଦ୍ଦେଶକ ପ୍ରଫେସର ଏସ୍‌.ସି. ଶର୍ମା ।

   Related Posts