Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଦ୍ଵିତୀୟ ଦିନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କଲେ ଶ୍ରୀ କ୍ଷେତ୍ରବାସୀ, ଆଜି ଖୋଲିଲା ଲିଙ୍ଗରାଜ ମନ୍ଦିର

27/12/2020 at 8:15 PM

ପୁରୀ ୨୭।୧୨: ଦ୍ଵିତୀୟ ଦିନରେ ଶ୍ରୀ ମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଶ୍ରୀମନ୍ଦିର ଯାଇ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ରବାସୀ। ୬ଟି ୱାର୍ଡ଼ର ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ପୁରୀରେ ରହୁଥିବା ସମସ୍ତ କର୍ମଜୀବୀ ଓ ଭଡ଼ାରେ ରହୁଥିବା ଅନ୍ୟ ଜିଲ୍ଲାର ଭକ୍ତମାନେ ମଧ୍ୟ ଦର୍ଶନ ସୁଯୋଗ ପାଇବେ ବୋଲି କହିଛି ଜିଲ୍ଲା ପ୍ରଶାସନ। ସେହିଭଳି ଆଜି ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲିଛି । ପ୍ରଥମ ଦିନରେ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିଛନ୍ତି । ଆସନ୍ତା ୩ରେ ଆରଡିର ଆଖଣ୍ଡଳମଣିଙ୍କ ମନ୍ଦିର ସର୍ବ ସାଧାରଣଙ୍କ ପାଇଁ ଖୋଲିବ । ଏଥିସହ ଜାନୁଆରୀ ପ୍ରଥମ ସପ୍ତାହରେ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀଙ୍କ ମନ୍ଦିର ଖୋଲିବାକୁ ଯୋଜନା ଚାଲିଥିବା ଜଣାପଡିଛି।

ଆଜି ଦ୍ଵିତୀୟ ଦିନରେ ଚକାନୟନଙ୍କ ଦର୍ଶନ ମିଳିଲା। ଦ୍ଵିତୀୟ ଦିନ ପାଇଁ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି ଶ୍ରୀକ୍ଷେତ୍ର ବାସିନ୍ଦା। ପୁରୀର ୬ଟି ୱାର୍ଡ଼ର ବାସିନ୍ଦା ପ୍ରଶାସନର ଟୋକନ ନେଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସକାଳୁ ୧୩ ନମ୍ବର ୱାର୍ଡ଼, ଅପରାହ୍ନରେ ୧୬ ଓ ୧୮, ସନ୍ଧ୍ୟାରେ ୨୦,୪ ଓ ୧୭ ନମ୍ବର ୱାର୍ଡ଼ର ବାସିନ୍ଦା ଶ୍ରୀଜିଉଙ୍କ ଦର୍ଶନ କରିବାକୁ ସୁଯୋଗ ପାଇଥିଲେ। ଗତକାଲି ପ୍ରଥମ ଦିନରେ ପ୍ରାୟ ସାଢ଼େ ୪ ହଜାର ଭକ୍ତ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିଥିଲେ । ଶ୍ରୀ ମନ୍ଦିର ପ୍ରଶାସନର ଏସଓପି ଆଧାରରେ କୋଭିଡ଼ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ। ଆଗକୁ ପୁରୀରେ ରହୁଥିବା ବାହାର ଜିଲ୍ଲାର ବାସନ୍ଦା ଓ କର୍ମଜୀବୀଙ୍କୁ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେପଟେ ଆଜି ଖୋଲିଛି ଲିଙ୍ଗରାଜ ମନ୍ଦିର । ଦର୍ଶନ କରିଛନ୍ତି ସେବାୟତ ଓ ତାଙ୍କ ପରିବାର । ଗର୍ଭ ଗୃହ ଭିତରେ ଦର୍ଶନ ବାରଣ ରହିଛି ତେଣୁ ଆଡ଼ କାଠ ନିକଟରୁ ସମସ୍ତେ ଦର୍ଶନ କରିଛନ୍ତି । ଲିଙ୍ଗରାଜଙ୍କୁ ଦେଖୁ ଦେଖୁ ଅନେକ କୋହ ସମ୍ଭାଳି ପାରିନଥିଲେ । ଭାବ ବିହ୍ବଳ ହୋଇପଡ଼ିଥିଲେ ଶ୍ରଦ୍ଧାଳୁ । ପ୍ରଥମେ କୋଭିଡ ଆଣ୍ଟିଜେନ୍ ଟେଷ୍ଟ, ପରେ ଥର୍ମାଲ ସ୍କ୍ରିନି ଏବଂ ଅକ୍ସିମିଟର ଦ୍ବାରା ପରୀକ୍ଷା ପରେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ସେବାୟତଙ୍କ ପରିବାର ଲୋକେ । ଏଥିପାଇଁ ମନ୍ଦିର ବାହାରେ କୋଭିଡ ପରୀକ୍ଷା ସେଣ୍ଟର କରାଯାଇଛି । ୩୧ ତାରିଖ ଯାଏ ସେବାୟତ ପରିବାର ଦର୍ଶନ କରିବେ। ଏକାଥରକେ ୫୦୦ ଜଣଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ । ଧୂପ, ଦୀପ ଲଗେଇ ପାରିବେ କିନ୍ତୁ ଭୋଗରାଗ ଲଗେଇ ପାରିବେ ନାହିଁ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଜାନୁଆରୀ ୧ ଓ ୨ରେ ଦର୍ଶନ ବନ୍ଦ ରହିବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ ନିଜ ପରିଚୟ ପତ୍ର ଦେଇ ଦର୍ଶନ କରିପାରିବେ । ପରେ ୬ରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି ।

କୋରନା କଟକଣା ଯୋଗୁଁ ପାଖାପାଖି ୯ ମାସ ହେବ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିଛି । କେବଳ ଯାହା ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା କରୁଛନ୍ତି ପୂଜକ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାଙ୍କୁ ଦର୍ଶନ ନକରି ପାରି ନିରାଶରେ ଫେରୁଛନ୍ତି । ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର ଖୋଲିଥିବାରୁ ମା ତାରାତାରିଣୀଙ୍କ ମନ୍ଦିର ଖୋଲିବାକୁ ଭକ୍ତ ନିବେଦନ କରିଛନ୍ତି । ସେପଟେ ମାଆ ତାରାତାରିଣୀ ମନ୍ଦିର ଖୋଲିବା ପାଇଁ ଜାନୁଆରୀ ପ୍ରଥମ ସପ୍ତାହରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଞାମ ଜିଲ୍ଲାପାଳ ।

ଜାନୁଆରୀ ୩ ରୁ ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ ଭଦ୍ରକ ଆରଡିର ଆଖଣ୍ଡଳମଣିଙ୍କ ମନ୍ଦିର। ଏନେଇ ଆଜି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଆଖଣ୍ଡଳମଣିଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ବସିଥିଲା। ୨୮ଓ ୨୯ରେ ମନ୍ଦିର ଖୋଲିବା ପରେ ସେବାୟତ ଓ ତାଙ୍କ ପରିବାରଙ୍କ ଦର୍ଶନ କରିବେ। ୩୦ ଓ ୩୧ରେ ସ୍ଥାନୀୟ ୪ଟି ପଞ୍ଚାୟତର ଲୋକେ ଦର୍ଶନ କରିବେ।। ଆଗକୁ ରାଜ୍ୟର ଅନ୍ୟ ପ୍ରସିଦ୍ଧ ମନ୍ଦିର ଗୁଡିକ ଖୋଲିବ ବୋଲି ଆଶା କରାଯାଉଛି।

   Related Posts