ଦୀପିକା ଓ ଅନୁଷ୍କାଙ୍କ ମଧ୍ୟରେ କିଏ ଅଧିକ ହଟ୍, ଲାଜେଇଯାଇ ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ବୁମରାହ…

Published By : Prameya-News7 Bureau | September 10, 2019 IST

ମୁମ୍ବାଇ୧୦|୯: ଭାରତୀୟ କ୍ରିକେଟର ଯଶପ୍ରୀତ ବୁମରାହ ହେଛନ୍ତି ଜଣେ ଦମଦାର ବୋଲର । ନିକଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତ​‌ରେ ଖେଳା ଯାଇଥିବା ମ୍ୟାଚରେ ସେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ। ତାଙ୍କର ସୁନ୍ଦର ବୋଲିଂ ପାଇଁ ଟିମ ଇଣ୍ଡିଆର ବିଜୟ ଅତି ସହଜ ହୋଇଥିଲା।

ବୁମରାହଙ୍କୁ ଏକ ରାପିଡ୍ ଫାୟାର ରାଉଣ୍ଡ ପଚରା ଯାଇଥିଲା ଯେ, ଦୀପିକା ପାଦୁକୋନ ଓ ଅନୁଷ୍କା ଶର୍ମାଙ୍କ ମଧ୍ୟରେ କିଏ ଅଧିକ ହଟ୍‌? ଏହି କଥା ଶୁଣିବା ପରେ ବୁମରାହ ଟିକେ ନର୍ଭସ ହୋଇ ଯାଇଥିଲେ। ସେ ଲାଜେଇଯାଇଥିଲେ ।

ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ବୁମରାହ ଚିନ୍ତାରେ ପଡ଼ିଯାଇଥିଲେ। ଭାବି ଚିନ୍ତି ଉତ୍ତର ଦେବାପାଇଁ ୟୁଟ୍ୟୁବ ଚ୍ୟାନେଲର ଉପସ୍ଥାପକ ବୁମରାହଙ୍କୁ କହିଥିଲେ। ଦୁଇ ଅଭିନେତ୍ରୀ ମଧ୍ୟରୁ ଜଣେ ଦୀପିକା ପାଦୁକୋନ ଆଉ ଜଣେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା।

ସେହି ପ୍ରଶ୍ନ ବଦଳରେ ଆଉ କିଛି ବିକଳ୍ପ ଅଛି କି ନାହିଁ ଉପସ୍ଥାପକଙ୍କୁ ବୁମରାହ ପଚାରିଥିଲେ। ହେଲେ କିଛି ବିକଳ୍ପ ନଥିବାରୁ ସେ ଦୀପିକା ପାଦୁକୋନଙ୍କ ନାଁ ନେଇଥିଲେ। ସେ କହିଥିଲେ, ଦୀପିକା ପାଦୁକୋନ ସବୁଠାରୁ ଅଧିକ ହଟ୍ ଦେଖା ଯାଆନ୍ତି । ଦୀପିକାଙ୍କୁ ସେ ପସନ୍ଦ କରନ୍ତି ବୋଲି ବୁମରାହ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.