ସୁନାବେଶ ଅବସରରେ ଓଡ଼ିଶାବାସୀଙ୍କୁ ଆଉ ଏକ ଓଡ଼ିଆ ଭଜନ ଭେଟି ଦେଲା ନ୍ୟୁଜ7

Published By : Prameya-News7 Bureau | July 21, 2021 IST

ଭୁବନେଶ୍ୱର, ୨୧/୦୭: ମହାପ୍ରଭୁଙ୍କ ସୁନାବେଶ ପରିପ୍ରେକ୍ଷୀରେ ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ୍ ଓ ନ୍ୟୁଜ7 ପ୍ରସ୍ତୁତ କରିଛି ଆଉ ଏକ ଭାବ ଭକ୍ତିପୂର୍ଣ୍ଣ ଓଡ଼ିଆ ଭଜନ । ଗୀତଟି ହେଲା- ସୁନା ଗହଣାରେ ସଜେଇ ହୋଇ । ଏହାକୁ ଗୀତିକାର କିଶୋର ମହାପାତ୍ର ଲେଖିଥିବା ବେଳେ, ଗାଇଛିନ୍ତି ରାଜ୍ୟର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ ଇରା ମହାନ୍ତି ।

wp:html https://www.youtube.com/watch?v=1ihtRnMbP_o /wp:html

ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି, ସ୍ୱନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର । ସୁନୀଲ ଦାସଙ୍କ ପ୍ରଯୋଜନାରେ ଏହା ପ୍ରସ୍ତୁତ ହୋଇଛି । ଏହି ଗୀତକୁ ଦର୍ଶକମାନେ ନ୍ୟୁଜ7 ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଦେଖିବାକୁ ମିଳିବ । ଯୁବପୀଢ଼ିକୁ ଗାତ ପ୍ରତି ଆକର୍ଷିତ କରିବା ସହ, ଏହା ସବୁ ବର୍ଗର ଶ୍ରୋତା ଓ ଦର୍ଶକଙ୍କ ମନ ଛୁଇଁ ପାରିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.