Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

କ୍ଵାରେଣ୍ଟାଇନ୍ ସେଣ୍ଟରରେ ଦୁଷ୍କର୍ମ: ଡାକ୍ତର ପରିଚୟ ଦେଇ ମହିଳାଙ୍କ ଇଜ୍ଜତ ଲୁଟିଲା ଯୁବକ

18/07/2020 at 6:11 PM

ମୁମ୍ବାଇ ୧୮/୦୭: ସନ୍ଦିଗ୍ଧ କୋଭିଡ-୧୯ ସଂକ୍ରମିତ, ସୁସ୍ଥ ହେବାକୁ କ୍ବାରେଣ୍ଟାଇନ ସେଣ୍ଟର ଆସିଲେ ଆଉ ସେଠି ସାଜିଲେ ଖଳନାୟକ । ଜଣେ ମହିଳା ଅନ୍ତେବାସୀଙ୍କ ବିଶ୍ବାସରେ ବିଷ ଦେଇ ତାଙ୍କ ଇଜ୍ଜତ ଲୁଟିଲେ ।ପୀଡିତାଙ୍କ ବୟସ ୪୦ ବର୍ଷ, ଆଉ ସେହି କାମୁକ ଦୁଷ୍କର୍ମକାରୀକୁ ୨୫ ବର୍ଷ ବୟସ । ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ଧରାପଡିବାର ସମ୍ଭାବନା ଥାଇ ବି ଯୁବକର ମୁଣ୍ଡରେ କିପରି ସଇତାନୀ କାମୁକତା ପସିଲା ତାହା ହିଁ ଏବେ ଚର୍ଚ୍ଚାର କାରଣ ।

ଜୁଲାଇ ୧୫ ତାରିଖର ଘଟଣା । ନାଭି ମୁମ୍ବାଇର ପାନବେଲ ତାଲୁକ ଥାନା ଅନ୍ତର୍ଗତ କୋନ ଗାଁରେ ଥିବା ଇଣ୍ଡିଆବୁଲ୍ସ କ୍ବାରେଣ୍ଟାଇନ କେନ୍ଦ୍ରରେ ଘଟିଛି ଏହି କାଣ୍ଡ । ଅଭିଯୁକ୍ତ ଯୁବକ ନିଜକୁ ଡାକ୍ତର କହି କ୍ବାରେଣ୍ଟାଇନ ସେଣ୍ଟର ଭିତରେ ହିଁ  ପୀଡିତା ମହିଳାଙ୍କୁ କରିଛି ଦୁଷ୍କର୍ମ । ୧୪ ତାରିଖ ଦିନ ସେହି କ୍ବାରେଣ୍ଟାଇନ କେନ୍ଦ୍ରକୁ ଆସିଥିଲେ ଜଣେ ୪୦ ବର୍ଷୀୟା ମହିଳା । ଖରଘର ଅଞ୍ଚଳରୁ ଆସିଥିବା ମହିଳାଙ୍କ ଠାରେ କୋଭିଡ ଲକ୍ଷଣ ରହିଥିଲା । ତେବେ ୧୫ ତାରିଖରେ ସେହି କ୍ବାରେଣ୍ଟାଇ ସେଣ୍ଟରକୁ ଆସିଥିଲା ଜଣେ ୨୫ ବର୍ଷୀୟ ଯୁବକ । ତେବେ ସଂଧ୍ୟାରେ ସେହି ଯୁବକ ଜଣକ କିଛି ବାହାନାରେ ମହିଳାଙ୍କ ପ୍ରକୋଷ୍ଠରେ ପ୍ରବେଶ କରିଥିଲା । ନିଜକୁ ଡାକ୍ତର କହି ସେ ମହିଳାଙ୍କ ସହ କଥା ହୋଇଥିଲା । ତାକୁ ବିଶ୍ବାସ କରି ମହିଳା ଜଣକ ତାଙ୍କ ଗୋଡରେ ଯନ୍ତ୍ରଣା ହେଉଥିବା କହିଥିଲେ । ଆଉ ନିଜକୁ ଡାକ୍ତର ପରିଚୟ ଦେଇଥିବା ଯୁବକ ଜଣକ ଗୋଡ ମାଲିସ କରି ଚିକିତ୍ସା କରିବା ବାହାନାରେ ମହିଳାଙ୍କୁ ବଳାତ୍କାର କରିଥିଲା । ତାଙ୍କୁ ଗାଧୁଆଘର ଭିତରକୁ ଟେକି ନେଇ ତାଙ୍କ ପାଟି ବନ୍ଦ କରି ଦୁଷ୍କର୍ମ କରିଥିଲା ଏବଂ କାହାକୁ କହିଲେ ମାରିଦେବ ବୋଲି ଧମକ ଦେଇଥିଲା । କିନ୍ତୁ ଯୁବକ ଜଣ ଚାଲିଯିବାର କିଛି ସମୟପରେ ମହିଳା ଜଣକ କ୍ବାରେଣ୍ଟାଇନ ସେଣ୍ଟର କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

 ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିବା ସହ ଶୁକ୍ରବାର ଏନେଇ ମାମାଲା ରୁଜ୍ଜୁ କରିଛି । କିନ୍ତୁ ପୂର୍ବରୁ ଏକ ମଲ୍‌ରେ ଚାକିରି କରୁଥିବା ଏବଂ ଏବେ ବେକାର ଥିବା ଅଭିଯୁକ୍ତ ଯୁବକ ଦୁଷ୍କର୍ମ ଅଭିଯୋଗକୁ ଅସ୍ବୀକାର କରିବା ସହ ତାହା ସହମତି ଭିତ୍ତିକ ଶାରିରୀକ ସଂପର୍କ ଥିଲା ବୋଲି କହିଥିବା ପୋଲିସ ସୂଚନାରୁ ଜଣାଯାଇଛି । ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରାଇ ଘଟଣାର ତଦନ୍ତ ଜାରି ରଖିଛି ।  

   Related Posts