ବିବାହର ବର୍ଷେ ପରେ ସୀମା ଟପିଲା ଯନ୍ତ୍ରଣା: ଆନିଭର୍ସରିରେ ମହିଳାଙ୍କୁ ଲୁହ ରଡ଼ରେ ପିଟିଲେ ସ୍ବାମୀ ଓ ଶାଶୂ, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | January 29, 2020 IST

ମଣ୍ଡି୨୯/୧: ବିବାହର ପ୍ରଥମ ବାର୍ଷିକ ଉତ୍ସବରେ ଘର ବୋହୂଙ୍କୁ ରକ୍ତାକ୍ତ କଲେ ସ୍ବାମୀ ଓ ଶାଶୂ। ସୈତାନ ସ୍ବାମୀ ଓ ତାର ମାଆ ମିଶି ବୋହୂ ଖୁଶବୁଙ୍କୁ ନିର୍ଧୁମ ବାଡ଼େଇ ଥିଲେ। ଖୁସିର ଦିନରେ ଖୁଶ୍‌ବୁଙ୍କ ମନରେ ଦୁଃଖର  ଛାୟା ଖେଳି ଯାଇଥିଲା। ମାଆ ଓ ପୁଅ ମିଶି ଲୁହା ରଡ଼ରେ ଏମିତି ବାଡ଼େଇଥିଲେ ​‌ଯେ ଖୁଶ୍‌ବୁଙ୍କ ଶରୀରର ରକ୍ତାକ୍ତ ହୋଇଯାଇଥିଲା। ଖୁଶ୍‌ବୁଙ୍କୁ ଲୁହା ରଡ଼​‌ରେ ପିଟିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ବାମୀ ଓ ଶାଶୂକୁ ପୋଲିସ ଗିରଫ କରିଛି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ବର୍ତ୍ତମାନ ହସ୍ପିଟାଲରେ ଖୁଶ୍‌ବୁଙ୍କ ଚିକିତ୍ସା ଚାଲିଛି। ଖୁଶ୍‌ବୁଙ୍କ ମାଆ ହିମାଙ୍କ କହିବା ଅନୁସାରେ ବିବାହ ପରଠାରୁ ଖୁଶ୍‌ବୁଙ୍କ ଶ୍ବଶୁର ଘର ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଗତ କାଲି ଲୁହା ରଡ଼ରେ ଖୁଶ୍‌ବୁଙ୍କୁ ମାଡ଼ ଭିଡ଼ିଓକୁ ହିମା ଦେବୀ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ।

ସୂଚନାଯୋଗ୍ୟ ଯେ ଥଲୌଟ୍‌ ବାସିନ୍ଦା ଖୁଶ୍‌ବୁ ୨୦୧୯ ମସିହା ଜାନୁଆରୀ ୨୮ ତାରିଖରେ ବନାରସର ବାସିନ୍ଦା ଚିରଞ୍ଜୀକୁ ବିବାହ କରିଥିଲେ। ବିବା​‌ହ ପରଠାରୁ ଖୁଶ୍‌ବୁ ନିର୍ଯାତନାର ଶିକାର ହେଇ ଆସୁଛି। ଖୁଶ୍‌ବୁଙ୍କ କହିବା ଅନୁସାରେ ଶାଶୁଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଛନ୍ତି। କଥା କଥାକେ ସ୍ବାମୀ ଓ ତାଙ୍କ ଶାଶୂ ତାଙ୍କୁ ମାରପିଟ୍ କରିଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.