UP ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଝଟକା, ପ୍ରଥମ ଦିନରେ Covid-19 ଚିହ୍ନଟ ହେଲେ ୨ ଛାତ୍ରୀ

Published By : Prameya-News7 Bureau | October 19, 2020 IST

ବାରାବାଙ୍କୀ ୧୯।୧୦: ଅନଲକ୍‌ ୫.୦ରେ ତମାମ ସୁରକ୍ଷା ସତ୍ତ୍ୱେ ସ୍କୁଲ ଖୋଲିବା ନିଷ୍ପତ୍ତି ସରକାରଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି। ନିଷ୍ପତ୍ତି ଅନୁସାରେ ସୋମବାର ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଖୋଲିଛି। ହେଲେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ଅତ୍ୟନ୍ତ ନଗଣ୍ୟ ଦେଖାଯାଇଛି। ଏଥିରେ ଗବର୍ଣ୍ଣମେଣ୍ଟ ଗାର୍ଲସ ଇଣ୍ଟର କଲେଜକୁ ଆସିଥିବା ୫୦ ଛାତ୍ରୀଙ୍କ କୋଭିଡ ପରୀକ୍ଷଣ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ କଲେଜରେ ଆତଙ୍କ ଖେଳିଯାଇଛି।

{"id":347360,"sizeSlug":"large"}

୨ ଛାତ୍ରୀଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି। ଛାତ୍ରୀଙ୍କ ଅଭିଭାବକଙ୍କୁ ଏ ନେଇ ସୂଚିତ କରାଯାଇଥିବା ବେଳେ ଘରେ କାହା ସଙ୍ଗେ ମିଳାମିଶା ନକରି ଗୋଟିଏ ରୁମରେ ସେମାନଙ୍କୁ ଅଲଗା ରହିବାକୁ କୁହାଯାଇଛି। ଛାତ୍ରୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା। ଏଣୁ  କଲେଜରେ କୋଭିଡ ପରୀକ୍ଷଣ ପୂର୍ବରୁ ଯେଉଁମାନଙ୍କ ସହ ସେମାନେ ମିଳାମିଶା କରିଛନ୍ତି ସେମାନଙ୍କୁ ଏ ବାବଦେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି ଆବଶ୍ୟକ ପଡିବ ସେମାନଙ୍କର ମଧ୍ୟ କୋଭିଡ ପରୀକ୍ଷଣ କରାଯିବ ବୋଲି କୁହାଯାଇଛି।

{"id":347361,"sizeSlug":"large"}

ସରକାରଙ୍କ ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି ସହ ପ୍ରଥମ ଦିନରେ କେତେକ ସ୍ଥାନରେ କୋଭିଡ ପରୀକ୍ଷଣ କରାଯାଇଥିଲା। ଏଥିରେ ଗଭର୍ଣ୍ଣମେଣ୍ଟ ଇଣ୍ଟର କଲେଜରେ ପରୀକ୍ଷଣ ସହ ଇନଷ୍ଟାଣ୍ଟ ରିପୋର୍ଟ ପ୍ରଦାନ ବେଳେ ୨ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହେବା ଅନ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆତଙ୍କିତ କରିଛି।  ଏଥିରୁ ସ୍କୁଲରେ ଛାତ୍ରଛାତ୍ରୀ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥିବା ପ୍ରମାଣିତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.