ନେତାଙ୍କ ମନ ଏମିତି..ଉନ୍ନାଓରେ ଦୁଷ୍କର୍ମ ପୀଡିତାଙ୍କୁ ଅଭିଯୁକ୍ତ ଜାଳିବା ବେଳେ ଜେଲରେ ଥିବା ଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କୁ ସାଂସଦଙ୍କ ଜନ୍ମଦିନ ଶୁଭେଚ୍ଛା

Published By : Prameya-News7 Bureau | December 06, 2019 IST

ଲକ୍ଷ୍ନୌ ୬।୧୨:  ମହିଳା ସମ୍ପର୍କିତ ଅପରାଧକୁ ନେଇ ଦେଶବାସୀ ଚିନ୍ତିତ ହୋଇପଡିଛନ୍ତି। ହେଲେ ଏଥିପ୍ରତି ରାଜନେତା ସମ୍ବେଦନଶୀଳ ଥିବା ଭଳି ମନେ ହେଉନାହିଁ। ଉନ୍ନାଓ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ ଏକ ଦୁଷ୍କର୍ମ ମାମଲା ଲାଗି ଜେଲରେ ବନ୍ଦୀଥିବା ପୂର୍ବତନ ବିଧାୟକ କୂଲଦୀପସିଂ ସେଙ୍ଗରଙ୍କୁ ସେତେବେଳେ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରିଛନ୍ତି, ଯେତେବେଳେ ତାଙ୍କ ସଂସଦୀୟ କ୍ଷେତ୍ରରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ପ୍ରତି ଅଭିଯୁକ୍ତ ହତ୍ୟା ଉଦ୍ୟମ କରୁଥିଲେ। ଯାହାଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି।  

wp:html /wp:html

ସାକ୍ଷୀ ମହାରାଜ ତାଙ୍କ ଅଧିକାରୀକ ଟ୍ୱିଟ୍ ହ୍ୟାଣ୍ଡେଲରୁ ଏହି ଶୁଭେଚ୍ଛା ଟ୍ୱିଟ୍ କରିଥିବା ବେଳେ ଉଭୟ ନେତା ବିଜେପି ଦଳର। ଏଣୁ ବିଜେପି ଶାସିତ ଉତ୍ତରପ୍ରଦେଶରେ ବିରୋଧୀଙ୍କୁ ଏହା ଖୋରାକ୍ ଯୋଗାଇଛି। ହାଇଦ୍ରାବାଦ ଘଟଣାକୁ ନେଇ ସାରା ଦେଶ ଚିନ୍ତାରେ ବୁଡି ରହିଥିବା ବେଳେ ଉନ୍ନାଓରେ ହୋଇଥିଲା ଦୁଷ୍କର୍ମ ପୀଡିତାଙ୍କ ହତ୍ୟା ଉଦ୍ୟମ। ଏଥିରେ ଅଭିଯୁକ୍ତମାନେ ପୀଡିତାଙ୍କୁ ଛୁରି ଭୂଷି ଓ ନିଆଁ ଲଗାଇ ପୋଡି ମାରିବାକୁ ଉଦ୍ୟମ କରିଥିଲେ। ଅପରାଧୀଙ୍କ ମଧ୍ୟରେ ମାମଲାରେ କୋର୍ଟରୁ ଜାମିନରେ ମୁକୁଳିଥିବା ଅଭିଯୁକ୍ତ ବି ଥିଲା।  ଏଣୁ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।   

{"id":194649,"sizeSlug":"large"}

କୂଲଦୀପ ସିଂ ସେଙ୍ଗର ଉନ୍ନାଓ ବାଙ୍ଗରମାଉର ବିଧାୟକ। ସେ ଉତ୍ତରପ୍ରଦେଶ ଠାକୁରଙ୍କ ପ୍ରତିନିଧିତ୍ୱ କରନ୍ତି। ତେବେ ଗତ ୨୦୧୭ ମସିହା ଏପ୍ରିଲ ମାସରେ କୂଲଦୀପଙ୍କ ଭାଇ ଜୟଦୀପ ଏବଂ ତାଙ୍କର ୨ ସହଯୋଗୀ ଜଣେ ନାବାଳିକାଙ୍କ ପ୍ରତି ଗଣ ଦୁଷ୍କର୍ମ କରିଥିଲେ। ତେବେ ମାମଲାରେ ବିଧାୟକ ପୀଡିତା ଓ ତାଙ୍କ ଓକିଲଙ୍କୁ ରାୟବରେଲୀ ରାସ୍ତାରେ ଟ୍ରକ୍ ଚଢାଇ ହତ୍ୟା ଉଦ୍ୟମ କରିବା ତାଙ୍କୁ ମହଙ୍ଗା ପଡିଥିଲା। ବିଧାୟକଙ୍କୁ ମାମଲାରେ ଗିରଫ କରାଯାଇଥିବା ବେଳେ ଘଟଣା ପଛରେ ତାଙ୍କ ହାତ ଥିବା ସନ୍ଦେହରେ ରାଜ୍ୟ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଛି।

{"id":194650,"width":573,"height":369,"sizeSlug":"large"}

ହେଲେ ଗତ ସାଧାରଣ ନିର୍ବାଚନରେ ସାକ୍ଷୀ ମହାରାଜଙ୍କୁ ସାଂସଦ ଜିତାଇବାରେ କୂଲଦୀପଙ୍କ ସହଯୋଗ ରହିଥିଲା। ଜେଲରେ ଥାଇ ମଧ୍ୟ କୂଲଦୀପ ତାଙ୍କୁ ସହାୟତା କରିଥିବାରୁ ନିର୍ବାଚନ ଫଳାଫଳ ଘୋଷଣା ଦିନ ସାକ୍ଷୀ ମହାରାଜ ଜେଲକୁ ଯାଇ କୂଲଦୀପଙ୍କୁ ଭେଟିଥିଲେ। ଏଣୁ ଏହା ସେତେବେଳେ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା।  ହେଲେ ଏବେ ସାକ୍ଷୀଙ୍କୁ ସଂସଦୀୟ କ୍ଷେତ୍ରରେ ଘଟିଥିବା ଘଟଣା ଏବେ ଅଧିକ ବିବାଦୀୟ କରିଛି। ଯେଉଁଥି ଲାଗି ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ମଧ୍ୟ ଶରବ୍ୟ ହୋଉଛି।

{"id":194651,"sizeSlug":"large"}

ଘଟଣାକୁ ନେଇ ସମସ୍ତ ବିରୋଧୀ ଦଳ ଉଦବେଗ ପ୍ରକାଶ କରିଥିବା ବେଳେ ବିଜେପିର ଚରିତ୍ରକୁ ନେଇ ରାଜ୍ୟ କଂଗ୍ରେସ ପ୍ରଶ୍ନ କରିଛି। ଦୁଷ୍କର୍ମକାରୀଙ୍କ ସପକ୍ଷରେ ବିଜେପି ସାଂସଦଙ୍କ ଥିବା ସମାଜବାଦୀ ପାର୍ଟି ବିଧାୟକ ଅଭିଯୋଗ କରିବା ସହ  ଘଟଣା ନେଇ ଜାତୀୟ ସଭାପତିଙ୍କୁ ରିପୋର୍ଟ କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.