Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସଜେଇ ହୋଇଥିଲା ବେଦୀ, ହେଲେ ପଡିପାରିଲାନି ହାତଗଣ୍ଠି : ବାହାଘର ଦିନ କରୋନାରେ ଚାଲିଗଲା ଜୀବନ

27/05/2021 at 6:50 PM

ବରଗଡ ୨୭।୫: ବାହାଘର ପାଇଁ କେତେ ଯେ ସ୍ବପ୍ନ ଦେଖିଥିଲେ । ତାଙ୍କର ସବୁ ସ୍ବପ୍ନ ଅଧାରେ ରହିଗଲା । ବିଧିର ବିଧାନ ଥିଲା କିଛି ଅଲଗା । ପଡିପାରିଲାନି ହାତଗଣ୍ଠି, ବାହାଘର ଦିନ ଚାଲିଗଲା ଜୀବନ । ଏମିତି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ଥାନା ଯୁଗୀପାଲି ଗାଁରେ ।

ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ଅତାବିରା ଥାନା ଯୁଗୀପାଲି ଗାଁର ଜୀବର୍ଦ୍ଧନ ଭୋଇ । ବୟସ ତାଙ୍କର ୨୯ ବର୍ଷ । ସେ ସମ୍ବଲପୁର ଜିଲ୍ଲା ରୁକ୍ମିଣୀ ଦେବୀ ବାଳ ନିକେତନ ରେ କାମ କରୁଥିଲେ । ୨୫ ତାରିଖରେ ଜୀବର୍ଦ୍ଧନଙ୍କର ବାହାଘର ପାଇଁ ଲଗ୍ନ ଠିକ୍ ହୋଇସାରିଥିଲା । ବାହାଘରର ସବୁ ପ୍ରସ୍ତୁତି ମଧ୍ୟ ସରିଥିଲା । ବାହାଘର ପାଇଁ ଛୁଟି ନେଇ ୭ ଦିନ ଆଗରୁ ଘରକୁ ଆସିଥିଲେ ଜୀବର୍ଦ୍ଧନ । ମାତ୍ର ସେ କଣ ଜାଣିଥିଲେ ଘରେ ତାଙ୍କୁ ଜଗି ବସିଛି ମୃତ୍ୟୁ ।

ବାହାଘର ପାଇଁ ଛୁଟି ନେଇ ଗତ ୧୮ ତାରିଖରେ ସେ ଘରକୁ ଆସିଥିଲେ । ଘରକୁ ଆସି ସେ କରୋନାରେ ଆକ୍ରାନ୍ତ ହେଲେ । କରୋନା ଆକ୍ରାନ୍ତ ହେବା ପରେ ସେ ସମ୍ବଲପୁର ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବାହାଘର ଦିନ ଅର୍ଥାତ୍ ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର । ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

   Related Posts