Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିଦାମ୍ବରମଙ୍କ ୭୪ ତମ ଜନ୍ମଦିନ ପାଳନ କଲେ ପୁଅ କାର୍ତ୍ତି, କହିଲେ ବାପାଙ୍କୁ ଅଟକାଇ ପାରିବେ ନାହିଁ ୫୬ ଇଞ୍ଚ ଛାତିବାଲା …

ନୂଆଦିଲ୍ଲୀ୧୬|୯:  ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରହିଛନ୍ତି। ବରିଷ୍ଠ ନେତା ପି ଚିଦାମ୍ବରମ ଆଜି ୭୪ ବର୍ଷ ବୟସରେ ପାଦଥାପିଛନ୍ତି। ତାଙ୍କ  ପୁଅ କାର୍ତ୍ତି ଚିଦାମ୍ବରମ ବାପାଙ୍କ ଜନ୍ମ ଦିନକୁ ପରିବାର ଲୋକଙ୍କ ସହ ପାଳନ କରିଛନ୍ତି। ପ୍ରତିବର୍ଷ ଏହି ବରିଷ୍ଠ ନେତା ନିଜ ଜନ୍ମଦିନକୁ ପରିବାର ବର୍ଗ ଓ ସାଙ୍ଗସାଥୀଙ୍କ ଧୂମଦାମରେ ପାଳନ କରିଥାନ୍ତି। କିନ୍ତୁ ଏଥର ଜେଲର ଚାରିକାନ୍ଥ ଭିତରେ ପି. ଚିଦାମ୍ବରମ ରହିଛନ୍ତି।

ପି, ଚିଦାତାମ୍ବରମଙ୍କ ୭୪ତମ ଜନ୍ମ ଦିନ ଅବସରେ ତାଙ୍କ ପୁଅ କାର୍ତ୍ତି ଏକ ଟ୍ବିଟକରିଛନ୍ତି। ଏହି ଟ୍ବିଟ୍‌ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତୀବ୍ର ସମାଲୋଚନା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ଆଜି ତାଙ୍କ ବାପା ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଆପଣଙ୍କୁ କୌଣସି ୫୬ ଇଞ୍ଚ ବାଲା ରୋକି ପାରିବେ ନାହିଁ। ଜନ୍ମଦିନରେ ତାଙ୍କ  ବାପାଙ୍କ ଅନୁପସ୍ଥିତି କାର୍ତ୍ତିଙ୍କୁ ଭଲ ଲାଗୁନାହିଁ ବୋଲି ସେ କହିଛନ୍ତି।

କାର୍ତ୍ତି ଆହୁରି ମଧ୍ୟ ଲେଖିଛନ୍ତି,  ପି,ଚିଦାମ୍ବରଙ୍କୁ ତାଙ୍କ ପରିବାର ବହୁତ ମିସ୍‌ କରୁଛନ୍ତି। ତାଙ୍କ ଅନୁପସ୍ଥିତି ପରିବାର ଲୋକଙ୍କୁ କଷ୍ଟ ଦେଇଛି ବୋଲି କାର୍ତ୍ତି ଟ୍ବିଟ୍ କରିଛନ୍ତି। ଚିଦାମ୍ବରମଙ୍କ ଜନ୍ମ ଦିନ ଅବସରରେ କାର୍ତ୍ତି ମୋଦି ସରକାରଙ୍କୁ ଟାର୍ଗେଟକରି ଏକ ଚିଠି ଲେଖିଛନ୍ତି। 

   Related Posts