Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

୪୮ ଘଣ୍ଟାରେ ଆସୁଛି ବାବ୍ରି ବିଧ୍ଵଂସର ରାୟ, ଅଭିଯୁକ୍ତ ଉମା ଭାରତୀ କହିଲେ- ଫାଶି ମଞ୍ଜୁର, କିନ୍ତୁ ଜାମିନ ଆବେଦନ କରିବି ନାହିଁ

28/09/2020 at 9:46 PM

ଲକ୍ଷ୍ନୌ ୨୮।୦୯: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଚିଠି ଲେଖି ବାବ୍ରି ବିଧ୍ଵଂସ ମାମଲାର ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ସେପ୍ଟେମ୍ବର ୩୦ରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ଏହି କେସ୍‌ର ରାୟ ଶୁଣାଇବେ ଏବଂ ମୋତେ କୋର୍ଟରେ ହାଜର ହେବାର ଅଛି। ଅଦାଲତର ପ୍ରତ୍ୟେକ ନିଷ୍ପତ୍ତି ମୋ ପାଇଁ ଭଗବାନଙ୍କ ଆର୍ଶୀବାଦ ସଦୃଶ ହେବ। ମୁଁ ସର୍ବଦା କହିଛି ଅଯୋଧ୍ୟା ପାଇଁ ମୋତେ ଫାଶି ମଧ୍ୟ ମଞ୍ଜୁର। ମୋତେ ଜଣା ନାହିଁ ନିଷ୍ପତ୍ତି କଣ ଆସୁଛି, ମାତ୍ର ରାୟ ଯାହା ବି ଆସୁ କିନ୍ତୁ ଜାମିନ ନେବି ନାହିଁ।

୨୮ ବର୍ଷ ପୁରୁଣା ବାବ୍ରି ଭଙ୍ଗା ମାମଲାରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସେପ୍ଟେମ୍ବର ୩୦ରେ ରାୟ ଶୁଣାଇବେ। ଏହି ମାମଲାରେ ଉମା ଭାରତୀଙ୍କ ବ୍ୟତୀତ ବିଜେପିର  ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀ ଓ ମୁରଲୀ ମନୋହର ଯୋଶୀ ସମେତ ଅନେକ ଅଭିଯୁକ୍ତ ଅଛନ୍ତି। ଅପରପକ୍ଷେ ବାବ୍ରି ମୁଦ୍ଦଇ ଇକବାଲ ଅନସାରୀ ପୁଣି ଥରେ କହିଛନ୍ତି ଯେବେ ରାମ ମନ୍ଦିରର ନିଷ୍ପତ୍ତି ହୋଇ ସାରିଛି ତେବେ ମନ୍ଦିର-ମସଜିଦ ସଂପର୍କିତ ସମସ୍ତ ମୋକଦ୍ଦମାକୁ ସମାପ୍ତ କରି ଦେବା ଉଚିତ୍ ଏବଂ ଅଭିଯୁକ୍ତଙ୍କୁ ମୁକ୍ତ କରିବ ଉଚିତ୍। ହେଲେ ସଭିଙ୍କ ନଜର ବର୍ତ୍ତମାନ କୋର୍ଟ ଉପରେ ରହିଛି ଯେ ସେପ୍ଟେମ୍ବର ୩୦ରେ ଆସିବାକୁ ଥିବା ରାୟରେ କାହାକୁ ସଜା ମିଳିବ ଏବଂ କାହାକୁ ଆଶ୍ଵସ୍ତି ଦେବ।

ସୂଚନାଯୋଗ୍ୟ, ଉମା ଭାରତୀ ରବିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନିଜେ ସୂଚନା ଦେଇଥିଲେ। ସେ କହିଥିଲେ ମୁଁ ନିଜର ପାହାଡ ଯାତ୍ରା ସମାପ୍ତିର ଅନ୍ତିମ ଦିନ ପ୍ରଶାସନକୁ ମୋର କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଥିଲି କାରଣ ତିନି ଦିନ ହେବ ଦେହରେ ହାଲୁକା ଜ୍ଵର ଥିଲା। ମୁଁ ହିମାଳୟରେ କୋଭିଡ୍‌ର ସମସ୍ତ ନିୟମ ଓ ସାମାଜିକ ଦୂରତା ପାଳନ କରିଛି, ତଥାପି କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେ କହିଛନ୍ତି ଏବେ ମୁଁ ହରିଦ୍ଵାର-ଋଷିକେଶ ମଧ୍ୟରେ ବନ୍ଦେ ମାତରମ କୁଞ୍ଜରେ କ୍ଵାରେଣ୍ଟାଇନ୍‌ରେ ରହିଛି।

ବାବ୍ରି ବିଧ୍ଵଂସ ମାମଲାରେ ଅଭିଯୁକ୍ତ ଥିବା ଅନ୍ୟ ଲୋକ ମଧ୍ୟ କହିଛନ୍ତି ଯେ, କୋର୍ଟ ଯାହା ବି ରାୟ ଦେବେ ଆମେ ସ୍ଵାଗତ କରିବୁ। ସେମାନେ କହିଛନ୍ତି ଯେ, ଆମେ କୌଣସି ଭୁଲ୍ କାମ କରିନଥିଲୁ। ଆମେ ରାମକାଜ କରିଥିଲୁ, ଯାହା ସଫଳ ହୋଇଛି ଏବଂ ଏହାକୁ ନେଇ ଆମେ ଗର୍ବିତ।

   Related Posts