ରହସ୍ୟମୟୀ ଏହି ଫୁଲ : ଡରି ପଳାନ୍ତି ପ୍ରେତାତ୍ମା

Published By : Prameya-News7 Bureau | November 07, 2019 IST

ହିମାଳୟରେ ଫୁଟୁଥିବା ଏହି ଫୁଲକୁ ଫୁଲର ସମ୍ରାଟ କୁହାଯାଇଥାଏ। ଶାସ୍ତ୍ରରେ ଏପରି ବିଶ୍ବାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ଫୁଲକୁ ରାତିରେ ଫୁଟୁଥିବା ସମୟରେ ଦେଖି ଦେଇଥାଆନ୍ତି ତେବେ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଫୁଲର ନାଁ ହେଉଛି ବ୍ରହ୍ମ କମଳ ବା ପାରିଜାତ ଫୁଲ। ବ୍ରହ୍ମ କମଳର ଅର୍ଥ ହେଉଛି ବ୍ରହ୍ମାଙ୍କ କମଳ। ଏହି ଫୁଲ ମଧ୍ୟରାତ୍ରିରେ ଫୁଟିଥାଏ ଏବଂ ଏହାକୁ ଦେଖିବା ଦିବାସ୍ବପ୍ନ ସମାନ ହୋଇଥାଏ। ବ୍ରହ୍ମ କମଳ ମାଆ ନନ୍ଦାଙ୍କ ପ୍ରିୟ ଫୁଲ ବୋଲି କୁହାଯାଇଥାଏ।

{"id":180382}

ବ୍ରହ୍ମ କମଳକୁ ପ୍ରାପ୍ତ କରିବା ଅତ୍ୟନ୍ତ ଦୁର୍ଲଭ କାର୍ଯ୍ୟ ଅଟେ। ଭାରତର ଉତ୍ତରାଞ୍ଚଳର ପାହାଡ଼,ଉତ୍ତର ମିଆଁମାର  ଏବଂ ପଶ୍ଚିମ ଚାଇନା ବ୍ରହ୍ମ କମଳର ଉତ୍ପତ୍ତି ସ୍ଥଳ। ବ୍ରହ୍ମ କମଳ ସହ ଜଡ଼ିତ ଅନେକ କାହାଣୀ ରହିଛି। ଆସନ୍ତୁ ଜାଣିବା ଏହା ବିଷୟରେ

{"id":180383}

ଦ୍ବାପର ଯୁଗରେ ଯେତେବେଳେ କୌରବମାନେ ପାଣ୍ଡବମାନଙ୍କୁ ଅଜ୍ଞାତବାସ ଦେଇଥିଲେ ସେହି ସମୟରେ ଦ୍ରୌପଦୀ ମଧ୍ୟ ପାଣ୍ଡବମାନଙ୍କ ସହ ଥିଲେ। ଦ୍ରୌପଦୀ ସେହି ସମୟରେ ମାନସିକ ଅବସାଦରେ ଥିଲେ। ଦୁଃର୍ଯୋଧନ ଏବଂ ତାଙ୍କ ଭାଇ ଦୁଃଶାସନଙ୍କ ଦ୍ବାରା କରାଯାଇଥିବା ଅପମାନ ସେ ଭୁଲିପାରିନଥିଲେ। ଦ୍ବିତୀୟରେ ଝନ ଜଙ୍ଗଲ ଏବଂ ପାହାଡ଼ ମଧ୍ୟରେ କ୍ଳାନ୍ତ ଅବସ୍ଥାରେ ଦ୍ରୌପଦୀ ଅଧିର ହୋଇଯାଇଥିଲେ। ସନ୍ଧ୍ୟାରେ ଦ୍ରୋପଦୀ ଝରଣା ନିକଟରେ ଏକ ସୁନ୍ଦର ଫୁଲ ବୋହିଯାଉଥିବାର ଦେଖିଥିଲେ। ଦ୍ରୌପଦୀଙ୍କ ସମ୍ମୁଖରେ ଏହି ପୁଷ୍ପ ଫୁଟିଯାଇଥିଲା। ଦ୍ରୌପଦୀଙ୍କ ମନରେ ଉଠିଥିବା ଏହି ପ୍ରସନ୍ନତା ଅଲୌକିକ ଏବଂ ଦୈବିକ ଥିଲା। କିନ୍ତୁ ହଠାତ୍ ଏହି ବ୍ରହ୍ମ କମଳ ଝାଉଁଳି ପଡ଼ିଥିଲା। ଫଳରେ ଦ୍ରୌପଦୀଙ୍କୁ ଏହି ସଙ୍କେତ ମିଳିଥିଲା ଯେ ତାଙ୍କ ଦୁଃଖର ଅନ୍ତ କେବଳ ଏହା ନଥିଲା। ଖାସ୍ ସେଥିପାଇଁ ବ୍ରହ୍ମ କମଳକୁ ରହସ୍ୟମୟୀ କୁହାଯାଇଥାଏ। ଏପରି କୁହାଯାଇଥାଏ ଯେ ବ୍ରହ୍ମ କମଳ ଭବିଷ୍ୟତର ସଙ୍କେତ ଦେଇଥାଏ।

{"id":180384}

କୁହାଯାଇଥାଏ ଯେ ବ୍ରହ୍ମ କମଳ ବର୍ଷକୁ ଥରେ କେବଳ ଗୋଟିଏ ରାତିରେ ଫୁଟିଥାଏ। ମଧ୍ୟରାତ୍ରିରେ ଫୁଟୁଥିବା ଏହି ଫୁଲ ସକାଳେ ଝାଉଁଳି ପଡ଼ିଥାଏ। ବ୍ରହ୍ମ କମଳର ଜୀବନ ସୀମା କେବଳ ୫ରୁ ୬ମାସ ଯାଏଁ ହୋଇଥାଏ। ବ୍ରହ୍ମ କମଳରେ ଧାର୍ମିକ ଲୋକଙ୍କର ବିଶେଷ ମହତ୍ତ୍ବ ରହିଥାଏ।

{"id":180385}

କୁହାଯାଇଥାଏ ଏହି ଫୁଲକୁ ଦେଖି ପ୍ରେତାତ୍ମାମାନେ ଡରି ପଳାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.