ଓଏଏସ୍ ଅଧିକାରୀ ଜଣଙ୍କ ବରପକ୍ଷ ଥିଲେ ନା କନ୍ୟାପକ୍ଷ… କେନ୍ଦ୍ରାପଡାରେ ବାହାଘରରେ କାହିଁକି ନଥିଲେ ନିଜ ଲୋକ ?
4/08/2020 at 7:19 PM

ଭୁବନେଶ୍ବର୪/୮: କ୍ରାଇମବ୍ରାଞ୍ଚର ମିଶନ ଆଦିତ୍ୟରେ ନୂଆ ଟ୍ବିଷ୍ଟ। ମାମଲାଟା ଏବେ ଜଣେ ଅଫିସରଙ୍କ ଆଡକୁ ଟର୍ଣ୍ଣ କରିଛି। କେନ୍ଦ୍ରପଡାର ସେହି ସରକାରୀ ବାବୁ ଜଣେ ଓଏଏସ୍ ଅଫିସର। ସମାଜସେବୀ ଆଦିତ୍ୟ ଦାଶ ମାମଲା ସହ ତାଙ୍କର ରହିଛି ଲିଙ୍କ୍। ତଦନ୍ତକାରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଜବରଦସ୍ତ ଡାଟା। ତଦନ୍ତକାରୀ ମୁହଁ ଖୋଲୁନଥିଲେ ମଧ୍ୟ ଏପରି କିଛି ସୁରାକ ବିଶ୍ବସ୍ତସୂତ୍ରରୁ ମିଳିଛି। କାରଣ ଆଦିତ୍ୟଙ୍କ ମୃତ୍ୟୁରେ ଅଫିସରଙ୍କ ସଂପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଛି।
ଏହି ଘଟଣାରେ ସେହି ସରକାରୀ ବାବୁଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ। ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରାପଡାର ଓଏଏସ୍ ଅଧିକାରୀ ଲିଙ୍କ୍ ନେଇ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠୁଛି। ଖାଲି ସେତିକି ନୁହେଁ ଆଦିତ୍ୟଙ୍କ ମୃତ୍ୟୁରେ ଏହି ବାବୁଙ୍କ ସଂପୃକ୍ତି ଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ମଧ୍ୟ ଠୋସ ପ୍ରମାଣ ଲାଗିଛି। ଯାହାକୁ ନେଇ ଏବେ କ୍ରାଇମବ୍ରାଞ୍ଚ ସ୍କାନରେ ସରକାରୀ ବାବୁ। ଲକ୍ଡାଉନ୍ ସମୟରେ କେନ୍ଦ୍ରପଡ଼ାର ପାଟକୁରା ଧାନମଣ୍ଡଳର ଏକ ମନ୍ଦିରରେ ବିବାହ କରିଥିଲେ ଆଦିତ୍ୟ। ଏଠି ପ୍ରଶ୍ନ ଉଠୁଛି, ଓଏଏସ୍ ଅଧିକାରୀ ଜଣଙ୍କ ବରପକ୍ଷ ଥିଲେ ନା କନ୍ୟାପକ୍ଷ ଥିଲେ, ତାହାକୁ ନେଇ ପ୍ରଶ୍ନ ଉଠୁଛି।
ଏହି ବାହାଘର ପଛରେ ସେହି ସରକାରୀ ବାବୁଙ୍କର ସହଯୋଗ ରହିଥିଲା। ତେବେ କଣ ଏମିତି ହେଲା ଯେ ଏଭଳି ଲକ୍ଡାଉନ୍ରେ ତରବରିରେ ବାହାଘର ହୋଇଥିଲା ? ସରକାରୀ ବାବୁଙ୍କ କଣ ସମ୍ପର୍କ ଥିଲା ଯେ, ସେ ଏଭଳି ରିସ୍କ ନେଇଥିଲେ? ଅନ୍ୟ ସମସ୍ତ ଘଟଣାରେ ଜିଆରପି ଖୋଳତାଡ଼ କରିଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ତଦନ୍ତ ପରିସର ଭୁକ୍ତ କରିନଥିଲା। କ୍ରାଇମ୍ବ୍ରାଞ୍ଚ ଏହି ସରକାରୀ ବାବୁଙ୍କୁ ପଚରା ଉଚରା କରିବ କି ?
ବିଦ୍ୟାଶ୍ରୀଙ୍କ ପରିବାରର ଅନୁମତିରେ ହିଁ କେନ୍ଦ୍ରପଡାରେ ବିବାହ ହୋଇଥିଲା ବୋଲି ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ କହୁଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଯଦି ବିଦ୍ୟାଶ୍ରୀଙ୍କ ପରିବାରରେ ବିବାହକୁ ନେଇ ଯଦି ସିକୃତି ଥିଲା । ତାହେଲେ ଏହି ବିବାହରେ କାହିଁକି ବିଦ୍ୟାଶ୍ରୀଙ୍କ ପରିବାର ଲୋକ ଯୋଗ ଦେଲେ ନାହିଁ । ସେପଟେ କେନ୍ଦ୍ରପଡାର ସେହି ସରକାରୀ ବାବୁ ନିଜେ ଉପସ୍ଥିତ ରହି ଆଦିତ୍ୟଙ୍କ ବାହାଘର କଲେ । ସରକାରୀ ବାବୁଙ୍କର କଣ ସ୍ବାର୍ଥ ଥିଲେ ଯେ, ସିଏ ଏହି ବାହାଘର କରିବାକୁ ତତ୍ପର ଥିଲେ । ଯଦି କେନ୍ଦ୍ରାପଡାର ସରକାରୀ ବାବୁ ଉକ୍ତ ବାହାଘର କରାଇଛନ୍ତି, ତେବେ ଆଦିତ୍ୟଙ୍କ ବାପା କାହିଁକି ତାଙ୍କ ନାଁ ନେବାକୁ ପଛଘୁଞ୍ଚା ଦେଉଛନ୍ତି ।