ନୌସେନାର ସାହାସକୁ ସ୍ୟାଲୁଟ୍‌ କଲେ ମୋଦି

Published By : Prameya-News7 Bureau | December 04, 2019 IST

ଆଜି ନୌସେନା ଦିବସ! ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଭାରତର ନୌସେନା ଦିବସ ପାଳିତ ହୁଏ । ସମଗ୍ର ଦେଶ ବୁଧବାର ନୌସେନା ଦିବସ ପାଳନ କରିଛି। ଏହି ଅବସରରେ ଦିଲ୍ଲୀର ଯୁଦ୍ଧ ସ୍ମାରକୀରେ ଶହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଉପସ୍ଥାପନ କରି ନୌସେନା ଜବାନଙ୍କ ବଳିଦାନକୁ ମନେ ପକାଇଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାଙ୍କୁ ସ୍ୟାଲୁଟ୍‌ କରିଛନ୍ତି। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା କରାଚୀ ବନ୍ଦର ଉପରେ ଆକ୍ରମଣ କରିଥିଲା। ଏହା ଭାରତୀୟ ଯୁଦ୍ଧ ଇତିହାସରେ ‘ଅପରେସନ ଟ୍ରାଇଡେଣ୍ଟ’ ନାଁରେ ଆଜି ବି ସ୍ମରଣୀୟ। ଏହି ଅପରେସନରେ ଭାରତ ପ୍ରଥମ ଥର ଆଣ୍ଟି-ସିପ୍‌ ମିସାଇଲର ବ୍ୟବହାର କରାଯାଇଥିଲା।

ଟ୍ରାଇଡେଣ୍ଟର ଅର୍ଥ ହେଉଛି ତ୍ରୀଶୁଳ। ତ୍ରୀଶୁଳ ଅର୍ଥାତ ଶିବଙ୍କର ଘାତକ ଅସ୍ତ୍ର। ଭାରତୀୟ ନୌସେନା ୧୯୭୧ ମସିହା ଡିସେମ୍ବର ମାସ ୪ ତାରିଖରେ ଅପରେସନ ଟ୍ରାଇଡେଣ୍ଟ ଆରମ୍ଭ କରିଥିଲେ। ଭାରତୀୟ ନୌସେନା ପାକିସ୍ତାନ ନେଭିକୁ କରାଚୀ ବନ୍ଦରଗାହ ସ୍ଥିତ କାର୍ଯ୍ୟାଳୟକୁ ଟାର୍ଗେଟ କରିଥିଲେ ଓ ସଫଳ ହୋଇଥିଲେ।

ଭାରତୀୟ ନୌସେନା ଆକ୍ରମଣରେ ପାକ୍‌ ନୌସେନା କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବିଧ୍ବଂସ୍ତ ହୋଇଥିଲା। ଏହି ଅପରେସନରେ ପାକିସ୍ତାନୀ ନୌସେନାର ବିପୁଳ କ୍ଷତି ହୋଇଥିଲା। ଭାରତର ଏହି ଆକ୍ରମଣ ପରେ ପାକ୍ ନୌସେନା ନିଜର ଆକ୍ରମଣ କ୍ଷମତା ହରାଇବସିଥିଲା। କରାଚୀ ବନ୍ଦର ସେତେବେଳେ ପାକିସ୍ତାନ ଲାଗି ଖୁବ ଗୁରୁତ୍ବପୂର୍ଣ୍ଣ ଥିଲା। ଦେଶର ଅର୍ଥ ବ୍ୟବସ୍ଥା ପ୍ରତି ବନ୍ଦରର ଯୋଗାଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଭାରତୀୟ ନୌସେନା ପାକ୍ ର ମେରୁଦଣ୍ଡରେ ପ୍ରହାର କରିଥିଲା।

ଯୁଦ୍ଧ ଶେଷ ହୋଇ ଆସୁଥିବା ବେଳେ ଉଭୟ ପକ୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ଉପରେ ଥିବା ବେଳେ ଭାରତୀୟ ନୌସେନା ୩ଟି ବିଦ୍ୟୁତ୍ କ୍ଷପଣାସ୍ତ୍ର ବୋଟ ମୁତୟନ କରିଥିଲା। ଏହା ପରେ ମିନସ ଟ୍ରାଇଡେଣ୍ଟ ହାତକୁ ନେଇଥିଲା ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ମୃତିଚାରଣ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.