ସୋମବାର କଟକ ଜିଲ୍ଲାରୁ ୨୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ୍

Published By : Prameya-News7 Bureau | July 13, 2020 IST

କଟକ୧୩/୭: କଟକ ଜିଲ୍ଲାରୁ ପୁଣି ନୂଆ ୨୩ କରୋନା ଆକ୍ରାନ୍ତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୧୬ ଜଣ କଟକ ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିସହ ୪୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯଦି କଟକର କରୋନା ସ୍ଥିତି କହିବା ତେବେ ବର୍ତ୍ତମାନ ସୁଦ୍ଧା କଟକରେ ୧୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କଟକରେ ବର୍ତ୍ତମାନ ୧୨୮ ଆକ୍ଟିଭ୍ କେସ୍ ରହିଛି।

{"id":299921,"sizeSlug":"large"}

ସୋମବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୦ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଚିହ୍ନଟ ସଂକ୍ରମିତମାନେ ହେଲେ କାନନ ବିହାର ଫେଜ-୨ର ଜଣେ ୭୫ ବର୍ଷୀୟା ମହିଳା, ବମିଖାଲର ୪୦ ବର୍ଷୀୟ ବ୍ୟକ୍ତି. ନୟାପଲ୍ଲୀର ୩୦ ବର୍ଷୀୟ ଯୁବକ, ଆଇଆରସି ଭିଲେଜ ଏନ-୩ର ୫୬ ବର୍ଷୀୟ ବ୍ୟକ୍ତି, ଗଙ୍ଗନଗରର ୪୪ ବର୍ଷୀୟ ମହିଳା, ୟୁନିଟ୍-୮ର ଜଣେ ୬୦ ବର୍ଷୀୟ ସରକାରୀ ଅଫିସର ଡ୍ରାଇଭର । ଆହୁରି ମଧ୍ୟ ୟୁନିଟ-୮ର ଜଣେ ୧ ବର୍ଷର ଶିଶୁ, ୨୨ ବର୍ଷର ଯୁବକ, ପାତ୍ରପଡାର ୨୪ ବର୍ଷୀୟା ଯୁବତୀ ଓ ଏକ ଘରୋଇ ମେଡିକାଲର ୨୪ ବର୍ଷୀୟା ଯୁବତୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.