ରଣଦୀପ ହୁଡ୍ଡାଙ୍କୁ ପ୍ରଶଂସା କଲେ ବିଗ୍ ବି, ଭାବ ବିହ୍ବଳ ହୋଇ ସୋସିଆଲ ମିଡ଼ିଆରେ ପୋଷ୍ଟ କଲେ ଏମିତି ଫଟୋ, ଦେଖନ୍ତୁ

Published By : Prameya-News7 Bureau | September 12, 2019 IST

ମୁମ୍ବାଇ୧୨|୯:ବଲିଉଡ୍ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ବିଗ୍‌ ବି ଅମିତାଭ ବଚ୍ଚନ ପ୍ରଶଂସା କରିଛନ୍ତି। ଅମିତାଭଙ୍କ ପାଖରୁ ପ୍ରଶଂସା ପାଇବା ପରେ ରଣଦୀପ ହୁଡ୍ଡା ବହୁତ ଖୁସି ହୋଇଛନ୍ତି। କୌନ୍‌ ବନେଗା କରୋଡ଼ପତି ସିଜିନ୍‌-୧୧ରେ ରଣଦୀପ ହୁଡ୍ଡା ନଜର ଆସିଥିଲେ। ଏହି କାର୍ଯ୍ୟକ୍ରମରେ ରଣଦୀପଙ୍କ ସହ ଅମିତାଭ ବହୁ କଥା ହୋଇଥିଲେ। ଏହି ସମୟରେ ଅମିତାଭ କହିଥିଲେ ଯେ, ରଣଦୀପଙ୍କ ଅଭିନୟର ସେ ହେଉଛନ୍ତି ଜଣେ ବଡ଼ ପ୍ରଶଂସକ। ଅମିତାଭଙ୍କ ପାଖରୁ ଏହି କମେଣ୍ଟ ଶୁଣିବା ପରେ ରଣଦୀପ ଅଧିକ ଖୁସି ହୋଇ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ।

wp:core-embed/instagram {"url":"https://www.instagram.com/p/B2QubCThDLd/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B2QubCThDLd/?utm_source=ig_web_copy_link
/wp:core-embed/instagram

ରଣଦୀପ କହିଛନ୍ତି ଯେ, ଅମିତାଭ ବଚ୍ଚନଙ୍କ ସହ ସାକ୍ଷାତ ହେବା ସର୍ବଦା ପ୍ରେରଣାଦାୟକ ହୋଇଥାଏ। ଲୋକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସେ ସଚେତନ କରାଇଥାନ୍ତି । ଅମିତାଭଙ୍କ ନିଖୁଣ ଅଭିନୟ, କଣ୍ଠ, ବ୍ୟକ୍ତିତ୍ବ ଓ ଡେଡିକେସନ ପାଇଁ ବଲିଉଡରେ ସେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି, ରଣଦୀପ କହିଛନ୍ତି  ।

{"id":156888}

ଅମିତାଭ ବଚ୍ଚନଙ୍କ ସହ ସେଲଫି ନେଇ ସୋସିଆଲ ମିଡ଼ିଆରେ ରଣଦୀପ ଫଟୋ ପୋଷ୍ଟ କରିଛନ୍ତି। ସେଥିରେ ଲେଖିଛନ୍ତି, ଅମିତାଭ ତାଙ୍କ ଅଭିନୟର ବଡ଼ ପ୍ରଶଂସକ ହେଲେ ବୁଝିପାରୁ ନାହାନ୍ତି ସେ କଣ କହିବେ, କଣ ଦେଖାଇବେ। ଶେଷରେ ରଣଦୀପ ଅମିତାଭଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି, ପ୍ରଶଂସା ପାଇଁ ଧନ୍ୟବାଦ ସାର୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.