କାନ୍ଦୁଥିବା ଶିଶୁକୁ ସ୍ତନ୍ୟପାନ କରାଇ ସର୍ଜେଣ୍ଟଙ୍କ ପଦୋନ୍ନତି

Published By : Prameya-News7 Bureau | August 22, 2018 IST

ଆର୍ଜେଣ୍ଟିନା ୨୨/୮ : ଆର୍ଜେଣ୍ଟିନାରେ ଏମିତି ଏକ ଘଟଣା ଘଟିଛି ଯାହାର ଚର୍ଚ୍ଚା ଏବେ ସାରା ଦୁନିଆରେ ହେଉଛି । ଗୋଟିଏ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ସର୍ଜେଣ୍ଟ ଡ୍ୟୁଟି ସମୟରେ ଶିଶୁକୁ ସ୍ତନ୍ୟପାନ କରାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରକୃତରେ ତାଙ୍କର ଡ୍ୟୁଟି ଶିଶୁ ହସ୍ପିଟାଲରେ ଥିଲା । ଯେଉଁଠି ଗୋଟିଏ ଶିଶୁ ଭୋକରେ କାନ୍ଦୁଥିଲା । ଠିକ୍ ସେହି ସମୟରେ ସେଠାରେ ପୁଲିସ କର୍ମଚାରୀ ଜଣଙ୍କ ପହଞ୍ଚି କ୍ଷୀର ପିଆଇବାକୁ ଲାଗିଲେ । କ୍ଷୀର ପିଇବା ମାତ୍ରେ ହିଁ ଶିଶୁଟି ଚୁପ୍ ହୋଇଗଲା । ସୋସିଆର ମିଡିଆରେ ତାଙ୍କର ଏହି ଫଟୋ ଏବେ ଭାଇରାଲ ହୋଇଯାଇଛି । ଲୋକମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି । ସେହି ପୁଲିସ କର୍ମଚାରୀଙ୍କ ନାମ ସେଲେଷ୍ଟେ ଜ୍ୟାକଲିନ୍ ଅୟାଲା ।ଏହି ଘଟଣା ୟୁନସ ଆୟର୍ସର ସୋର ମାରିଆ ଲୁଦୋବିକା ହସ୍ପିଟାଲରେ ହୋଇଥିଲା । ମାର୍କୋସ ହେରିଦିଆ ଏହି ଫଟୋ ଉଠାଇ ଫେସବୁକରେ ପୋଷ୍ଟ କରିଦେଇଥିଲେ । ଯାହା କିଛି ଘଣ୍ଟାରେ ଭାଇରାଲ ହୋଇଯାଇଥିଲା । ଫଟୋ ଭାଇରାଲ ହେବା ପରେ ଏହି ପୋଷ୍ଟକୁ ଏକ ଲକ୍ଷରୁ ଅଧିକ ଥର ସେୟାର କରାଯାଇସାରିଲାନି । ଏହି ଘଟଣା ପରେ ତାଙ୍କୁ ପୁଲିସ ସର୍ଜେଣ୍ଟରୁ ପୁଲିସ ଅଫିସର ପଦକୁ ପଦୋନ୍ନତି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.