Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କରୋନା ସଂକ୍ରମଣରେ ମୃତ୍ୟୁବରଣ କଲେ ଯବାନଙ୍କୁ ମିଳିବ କରୋନା ଶହୀଦ ହେବାର ଦର୍ଜା : ବୀର ଫଣ୍ଡରୁ ପରିବାରକୁ ମିଳିବ ୧୫ଲକ୍ଷ ଟଙ୍କା

21/07/2020 at 10:25 AM

ନୂଆଦିଲ୍ଲୀ ୨୧/୭: କୋଭିଡ-୧୯ ସଂକ୍ରମଣରେ ମୃତ୍ୟୁବରଣ କରୁଥିବା ସୁରକ୍ଷା ବଳର ଯବାନଙ୍କୁ କରୋନା ଶହୀଦର ଦର୍ଜା ମିଳିବ। ତାଙ୍କ ପରିବାର ଲୋକଙ୍କୁ ଭାରତର ବୀର ଫଣ୍ଡରୁ ୧୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ଏହା ବିଭାଗୀୟ ସାହାଯ୍ୟର ଅତିରିକ୍ତ ହେବ। ସୁରକ୍ଷା ବଳ ତରଫରୁ ପଠାଯାଇଥିବା ପ୍ରସ୍ତାବକୁ ଗୃହ ମନ୍ତ୍ରଣାଳୟରୁ ସିଦ୍ଧାନ୍ତମୂଳକ ମଞ୍ଜୁରୀ ମିଳିବା ପରେ ପ୍ରକ୍ରିୟା ଆରମ୍ଭ କରି ଦିଆଯାଇଛି।

କରୋନା ଶହୀଦଙ୍କ ବିଶ୍ଲେଷଣ ଭାରତ ବୀର ପୋର୍ଟାଲରେ ଅପଲୋଡ କରାଯାଉଛି। ପରିବାରଲୋକଙ୍କୁ ସିଧାସଳଖ ସାହାଯ୍ୟ ଯୋଗାଇବା ପାଇଁ ଆକାଉଣ୍ଟ ନମ୍ବର ଏବଂ ଅନ୍ୟ ବିଶ୍ଲେଷଣ ସେୟାର କରାଯାଇଛି। ସିଧା ଭାରତର ବୀର କର୍ପସ୍ ଫଣ୍ଡରେ ମଧ୍ୟ ଯୋଗଦାନ ଦିଆଯାଇ ପାରିବ।ୟ

ବୀର ଫଣ୍ଡର ଆରମ୍ଭ ୨୦୧୭ରେ ଗୃହ ମନ୍ତ୍ରଣାଳୟ ତରଫରୁ ଶହୀଦ ଯବାନଙ୍କ ପରିବାର ପାଇଁ ଟଙ୍କା ଜୁଟାଇବା ପାଇଁ କରାଯାଇଥିଲା। ଏଥିପାଇଁ ପୋର୍ଟାଲ୍ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ପୋର୍ଟାଲରେ ଶହୀଦ ଯବାନଙ୍କ ବିଶ୍ଲେଷଣ ହୋଇଥାଏ। ସିଧାସଳଖ ପରିବାରକୁ ସାହାଯ୍ୟ ମଧ୍ୟ କରାଯାଇପାରିବ। ଡୋନେସନ ଦେବା ସହ ଅନଲାଇନ ଟ୍ରାନ୍ସଫର ସହ ୟୁପିଆଇ ଜରିଆରେ ମଧ୍ୟ ପେମେଣ୍ଟ କରାଯାଇପାରିବ।

ଭାରତରେ ବୀର ଫଣ୍ଡର ଆରମ୍ଭ ୨୦୧୭ମସିହାରେ କରାଯାଇଥିଲା। ସେହି ସମୟରେ ଏଥିରେ ମୋଟ ୬.୪୦କୋଟି ଟଙ୍କା ଜମା କରାଯାଇଥିଲା। ଏହା ପରେ ୨୦୧୮ମସିହାରେ ୧୯.୪୩କୋଟି ଟଙ୍କା ଜମା କରାଯାଇଥିଲା। ଗତ ବର୍ଷ ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ୪୦ଯବାନଙ୍କ ସାହାଯ୍ୟ କରିବା ପାଇଁ ସାରା ଦେଶ ହାତ ବଢ଼ାଇଥିଲା ଏବଂ ଫଣ୍ଡରେ ପାଖାପାଖି ୨୫୦କୋଟି ଟଙ୍କା ଏକତ୍ର କରାଯାଇଥିଲା।

   Related Posts