କରୋନା କାଳରେ ରକ୍ତ ପାଇଁ ସଂଘର୍ଷ: ରକ୍ତ ନ ମିଳିବାରୁ ବିପଦରେ ଥାଲାସେମିଆ ପୀଡ଼ିତ ଶିଶୁଙ୍କ ଜୀବନ

Published By : Prameya-News7 Bureau | June 23, 2021 IST

ଭୋପାଲ, ୨୩/୦୬ : କରୋନା ସଙ୍କଟ ଏକ ନୂଆ ସଙ୍କଟ ସୃଷ୍ଟି କରିଛି। ଏହି ସଙ୍କଟ ଥାଲାସେମିଆରେ ପୀଡିତ ପିଲାମାନଙ୍କ ଜୀବନ ଉପରେ ପ୍ରଭାବ ପକାଇପାରେ। କରୋନା ହେତୁ ଏହି ପୀଡିତମାନେ ରକ୍ତ ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରକ୍ତ ବିନା ସେମାନଙ୍କ ଜୀବନ ବିପଦରେ ପଡିଯାଇଛି। ଭୋପାଳରେ କରୋନା ପରେ ବର୍ତ୍ତମାନ ପିଲାମାନଙ୍କୁ ବଞ୍ଚାଇବା ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଛି। ଥାଲାସେମିଆରେ ପୀଡିତ ପିଲାମାନଙ୍କୁ ରକ୍ତ ଦେବାକୁ ପଡିଥାଏ| କିନ୍ତୁ କରୋନା କାରଣରୁ, ଲୋକେ ରକ୍ତ ଦେବାକୁ ଆଗକୁ ଆସୁନାହାନ୍ତି। ଯଦିବା ଆସୁଛନ୍ତି ତାହେଲେ କରୋନା ସଂକ୍ରମିତ ହେବାର ଭୟ ଯୋଗୁଁ ରକ୍ତ ନେବା ବିପଦପୂର୍ଣ୍ଣ।

ଥାଲେସେମିଆରେ ପୀଡିତ ପିଲାମାନଙ୍କର ପରିବାର ଠିକ୍ ସମୟରେ ରକ୍ତ ନ ପାଇବାରୁ ଚିନ୍ତିତ ହୋଇପଡୁଛନ୍ତି। ବ୍ଲଡ଼ ବ୍ୟାଙ୍କରେ ମଧ୍ୟ ରକ୍ତ ଅଭାବ ରହିଛି। ପ୍ରଶାସନର କରୋନା ଉପରେ ଧ୍ୟାନ ଥିବାରୁ କେହି ଏଥିପ୍ରତି ଧ୍ୟାନ ଦେଇନଥିଲେ।

ଥାଲାସେମିଆ ପୀଡିତ ଭୋପାଲ ଓ ଆଖପାଖ ଜିଲ୍ଲାରେ ୩୦୦ ଶିଶୁ ଅଛନ୍ତି। ଏମାନେ ଭୋପାଲରେ ନିଜ ପିଲାଙ୍କୁ ରକ୍ତ ଦିଅନ୍ତି। କିଛି ଦିନ ହେଲା ଲୋକେ ବ୍ଲଡ଼ ବ୍ୟାଙ୍କରେ ବ୍ଲଡ଼ ନ ଥିବାରୁ ଚିନ୍ତିତ ହୋଇପଡିଛନ୍ତି। ଏମାନଙ୍କୁ ଡୋନର ମଧ୍ୟ ମିଳୁନାହାଁନ୍ତି। ବିନା ଡୋନରରେ ହସ୍ପିଟାଲ ରକ୍ତ ଦେଉନାହାନ୍ତି। କରୋନା କାଳରେ ପୀଡିତଙ୍କ ପରିବାର ନିଜେ ଓ ସମ୍ପର୍କୀୟଙ୍କ ଠାରୁ ରକ୍ତ ଯୋଗାଡ କରିଥିଲେ। କିନ୍ତୁ ଏବେ ରକ୍ତ ଦେବା ପାଇଁ ଆଉ କେହି ବାକି ନାହାନ୍ତି।

ଥାଲାସେମିଆରେ ପୀଡିତ ପିଲାମାନଙ୍କର ବୟସ ଅନୁଯାୟୀ, ସେମାନଙ୍କୁ ୧୫ ଦିନରୁ ଏକ ମାସ ମଧ୍ୟରେ ରକ୍ତ ଦେବାକୁ ପଡିଥାଏ। ଏହି ସମୟରେ ଲୋକମାନେ କରୋନା ସଂକ୍ରମିତ ହେବା ଭୟରେ ଏବଂ ଟିକା ନେଉଥିବାରୁ ରକ୍ତ ଦେବାକୁ ମନା କରୁଛନ୍ତି। ଥାଲାସେମିଆ ରୋଗ ହେଉଛି ଏକ ପ୍ରକାର ରକ୍ତ ବ୍ୟାଧି। ଏଥିରେ ଶିଶୁର ଶରୀରରେ ଲାଲ ରକ୍ତ କଣିକା ଉତ୍ପାଦନ ସଠିକ୍ ଭାବରେ ହୋଇନଥାଏ ଏବଂ ଏହି କୋଷଗୁଡ଼ିକର ଆୟୁଷ ମଧ୍ୟ ବହୁତ କମ। ସେଥିପାଇଁ ପୀଡିତ ପିଲାଙ୍କୁ ଏକ ମାସ କିମ୍ବା ତା’ଠାରୁ କମ୍ ସମୟରେ ଗୋଟିଏ ୟୁନିଟ ରକ୍ତ ଆବଶ୍ୟକ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.