ଆଜି ଅଭିନେତ୍ରୀ ସୋନାଲ୍ ଚୌହାନଙ୍କ ଜନ୍ମଦିନ : ଜାଣନ୍ତୁ ସାମ୍ବାଦିକରୁ କିଭଳି ବନିଲେ ଅଭିନେତ୍ରୀ

Published By : Prameya-News7 Bureau | May 16, 2020 IST

ମୁମ୍ବାଇ ୧୬/୫: ହିମେଶ ରେଶମିୟାଙ୍କ ଆଲବମ୍ ‘ଆପ କା ସୁରୁର’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ସୋନାଲ୍ ଚୌହାନ ଆଜି ମେ ୧୬ତାରିଖରେ ନିଜର ଜନ୍ମଦିନ ମନାଉଛନ୍ତି। ସୋନାଲ୍ ଉତ୍ତରପ୍ରଦେଶର ରାଜପୁତ ଶାହୀ ପରିବାରର। ସୋନାଲଙ୍କ ରୁଚି ସାମ୍ବାଦିକତାରେ ଥିଲା। ସେ ଦିଲ୍ଲୀର ଗାର୍ଗୀ କଲେଜରୁ ମାସ୍ କମ୍ୟୁନିକେସନରେ ସ୍ନାତକ କରିଥିଲେ। ପ୍ରଥମ ଫିଲ୍ମ ଆସିବା ପରେ ବି ସେ ତାଙ୍କ ପାଠପଢ଼ା ଜାରି ରଖିଥିଲେ। ଆଜିକାଳି ସୋନାଲ୍ ଫିଲ୍ମରେ କମ୍ ଦେଖାଯାଉଛନ୍ତି। ସୋନାଲ୍ ନିଜ ଜନ୍ମଦିନକୁ ଧୁମଧାମରେ ପାଳନ କରିବା ମୁଡରେ ନାହାନ୍ତି। ଆସନ୍ତୁ ଜାଣିବା ତାଙ୍କ ଜନ୍ମଦିନରେ କିଛି ଖାସ୍ କଥା

{"id":270873,"sizeSlug":"large"}

୨୦୦୮ମସିହାରେ ସୋନାଲଙ୍କୁ ‘ଜନ୍ନତ’ ପାଇଁ ଫିଲ୍ମଫେୟାର ଆଓ୍ବାର୍ଡ଼ରେ ସମ୍ମାନିତ କରାଯାଇଥିଲା। ସୋନାଲଙ୍କୁ ପ୍ରଥମ ଥର ହିମେଶ ରେଶମିୟାଁଙ୍କ ଆଲବମ୍ ‘ଆପ୍ କା ସୁରୁର’ରେ ଦେଖା ଯାଇଥିଲା।

{"id":270875,"sizeSlug":"large"}

ସୋନାଲ୍ ଚୌହାନଙ୍କ ଜଣେ ଫ୍ୟାନ୍ ତାଙ୍କୁ ତାଙ୍କ ୨୮ତମ ଜନ୍ମଦିନରେ ୮୦୦୦ ନାଲି ଗୋଲାପ ଫୁଲ ପଠାଇଥିଲେ କିନ୍ତୁ ନିଜ ନାଁ କହିନଥିଲେ।

{"id":270876,"sizeSlug":"large"}

ସୋନାଲ୍ ଚୌହାନଙ୍କୁ ଇମରାନ୍ ହାଶମୀଙ୍କ ଫିଲ୍ମ ‘ଜନ୍ନତ’ ଭାଗ୍ୟରୁ ମିଳିଥିଲା। ଡାଇରେକ୍ଟର କୁନାଲ ଦେଶମୁଖ ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଦେଖିଥିଲେ ଏବଂ ଗୋଟିଏ ସପ୍ତାହ ଭିତରେ ନିଜ ଫିଲ୍ମରେ କାଷ୍ଟ କରିଥିଲେ।

{"id":270879,"sizeSlug":"large"}

ସୋନାଲ୍ ଚୌହାନ୍ ‘ବୁଡ୍ଢା ହୋଗା ତେରା ବାପ’,‘ପହଲା ସିତାରା’,‘ଥ୍ରିଜି’ ସହ ଅନେକ ଫିଲ୍ମରେ କାମ କରିଛନ୍ତି। ସୋନାଲ୍ ଦକ୍ଷିଣ ଭାରତରେ ମଧ୍ୟ ଦର୍ଶକଙ୍କ ମନ ଜିତିଥିଲେ।

{"id":270877,"sizeSlug":"large"}

ସୋନାଳ୍ ଭିଡିଓ କଲ୍ ସାହାଯ୍ୟରେ ନିଜ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସାମନାରେ କେକ୍ କାଟିବେ।

{"id":270872,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.