ଅଗଷ୍ଟ ୧ତାରିଖରେ ଚିତାଲାଗି ଅମାବାସ୍ୟା : ୧୧୧ବର୍ଷ ପରେ ପଡ଼ୁଛି ବିରଳ ଯୋଗ , ଏହି ୭ଟି ରାଶିଙ୍କ ଚମକିବ ଭାଗ୍ୟ

Published By : Prameya-News7 Bureau | July 31, 2019 IST

କନ୍ୟା,ତୁଳା : କନ୍ୟା,ତୁଳା ରାଶିଥିବା ବ୍ୟକ୍ତି ବ୍ୟବସାୟରେ ବାରମ୍ବାର ପ୍ରତିଷ୍ଠା ପାଇବେ ଏବଂ ଆପଣଙ୍କ ସମ୍ମାନ ବଢ଼ିବ। ଆମଦାନୀ ମଧ୍ୟ ବଢ଼ିବ। ଭାଇ ଭଉଣୀଙ୍କ ସହ ଭଲ ସମ୍ପର୍କ ରହିବ। ପରିବାରଲୋକଙ୍କ ସହ କୈାଣସି ଛୋଟ ସ୍ଥାନକୁ ଯାତ୍ରା କରିବାର ଯୋଜନା ହୋଇପାରେ। ଆପଣଙ୍କ ଘରୋଇ ଜୀବନ ସୁଖରେ ବିତିବ। ପିତାଙ୍କ ସହଯୋଗରେ ଆପଣଙ୍କୁ ଲାଭ ମିଳିପାରେ। ପୁରୁଣା ମାନସିକ ଚିନ୍ତା ଦୂର ହୋଇପାରେ।  

ମେଷ,କର୍କଟ : ମେଷ,କର୍କଟ ରାଶିର ବ୍ୟକ୍ତିଙ୍କ ପୁରୁଣା ଯୋଜନା ସଫଳ ହେବା ଯୋଗୁଁ ତାଙ୍କ ମନ ଖୁସି ରହିବ। କାର୍ଯ୍ୟ କ୍ଷେତ୍ରରେ ଚାଲିଥିବା ସମସ୍ୟା ଦୂର ହେବ। ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ। ଆମଦାନୀର ଲାଭ ମିଳିପାରେ। ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବ। ଘର ପରିବାର ଲୋକଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଭଲ ରହିବ। ବ୍ୟବସାୟୀଙ୍କୁ ବ୍ୟବସାୟରେ ଅଧିକ ଲାଭ ହୋଇପାରେ।

ମକର,କୁମ୍ଭ,ମୀନ : ଶନି ଦେବଙ୍କ କୃପାରୁ ଆପଣଙ୍କ ଆର୍ଥିକ ପ୍ରଗତି ଘଟିପାରେ। ଆପଣଙ୍କୁ ସୁଫଳ ମିଳିବ। ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ବଢ଼ିବ। ସାମାଜିକ କାର୍ଯ୍ୟରେ ଆପଣ ଅଂଶଗ୍ରହଣ କରିବେ। ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାମରେ ଖୁସି ହେବେ। ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିପାରେ। ଭାଗୀଦାରଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.