Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ରାନୁ ମଣ୍ଡଳଙ୍କ କଥା ପଚାରିବାରୁ ଚିହିଁକି ଉଠିଲେ ହିମେଶ, କହିଲେ ‘ମୁଁ କ’ଣ ତାଙ୍କ ମ୍ୟାନେଜର’

12/12/2019 at 5:39 PM

ମୁମ୍ବାଇ୧୨/୧୨: ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କୁ ହିମେଶ ରଶମିୟାଁ ରାତାରାତି ସୁପରଷ୍ଟାର କରି ଦେଇଛନ୍ତି । ହିମେଶଙ୍କ ଫିଲ୍ମରେ ରାନୁ  ଗୀତ ଗାଇ ସାରିଛନ୍ତି। ଗତ କିଛି ମାସ ହେବ ରାନୁଙ୍କ ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା । ରାନୁ ମଣ୍ଡଳଙ୍କ ଏଭଳି ବ୍ୟବହାର ଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ଏକ ସାକ୍ଷାତକାରରେ ରାନୁ ମଣ୍ଡଳଙ୍କ ସଂପର୍କରେ ହିମେଶଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନ ଶୁଣିବା ପରେ ହିମେଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ‘ମୁଁ କ’ଣ ତାଙ୍କ ମ୍ୟାନେଜର’।  ସେ ଆହୁରି ମଧ୍ୟ କହିଥିଲେ କେବଳ ରାନୁ ମଣ୍ଡଳଙ୍କୁ ନୁହେଁ ବହୁ କଳାକାରଙ୍କୁ ବଲିଉଡ୍‌ରେ ହିମେଶ ସୁଯୋଗ ଦେଇଛନ୍ତି। ଏହା ସହ ରାନୁଙ୍କୁ ମଧ୍ୟ ସେ ପ୍ରଂଶସା କରିଥିଲେ।

ହିମେଶଙ୍କ ଆଗାମୀ ପ୍ରୋଜେକ୍ଟରେ ରାନୁ ମଣ୍ଡଳ ସାମିଲ ହେବେ କି ବୋଲି ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲେ। ଉତ୍ତରରେ ହିମେଶ କହିଥିଲେ ରାନୁଙ୍କ ଗୀତ ବହୁତ ସୁନ୍ଦର। ବଲିଉଡ୍‌ର ବହୁ ସଂଗୀତ ନିର୍ଦ୍ଦେଶକ ତାଙ୍କ ଗୀତକୁ ପସନ୍ଦ କରନ୍ତି। ତେଣୁ ଆଗାମୀ ଦିନରେ ରାନୁଙ୍କୁ କାମ ମିଳିବ।

ରାନୁ ଓ ହିମେଶ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଏହି ସଂପର୍କରେ ହିମେଶ କହିଥିଲେ ଯେ ରାନୁ ମଣ୍ଡଳଙ୍କ ସହ ସେଲ୍‌ଫି ଭିଡିଓରେ ସେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିବା କଥା ଜାଣିଛନ୍ତି। ଏହା ବ୍ୟତୀତ ତାଙ୍କୁ ଆଉ କିଛି ଜଣା ।

   Related Posts