କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ବାୟୁ ପ୍ରଦୂଷଣ କଲେ ହୋଇପାରେ ୫ ବର୍ଷ ଜେଲ ଓ ଦେବାକୁ ହେବ ୫ କୋଟି ଟଙ୍କା ଜରିମାନା

Published By : Prameya-News7 Bureau | October 29, 2020 IST

ନୂଆଦିଲ୍ଲୀ ୨୯/୧୦: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ କରୁଥିଲେ ସତର୍କ ହୋଇ ଯାଆନ୍ତୁ। ଏଣିକି ପ୍ରଦୂଷଣ କଲେ ୫ କୋଟି ଟଙ୍କା ଜରିମାନା ଗଣିବାକୁ ପଡ଼ିବ। କେବଳ ଏତିକି ନୁହେଁ, ୫ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ। ବାୟୁ ପ୍ରଦୂଷଣ ବଢ଼ୁଥିବା ଯୋଗୁ ସରକାର ଏକ କମିଶନ ଗଠନ କରିଛନ୍ତି। ଏହି କମିଶନରେ ଇସ୍ରୋ ପ୍ରତିନିଧି ମଧ୍ୟ ସାମିଲ ହେବେ। ଏହି କମିଶନ ଇପିସିଏର ସ୍ଥାନ ନେବ। କମିଶନର ହେଡକ୍ବାଟର ରହିବ ଦିଲ୍ଲୀରେ।

କେନ୍ଦ୍ର ସରକାର ଦିଲ୍ଳୀ ଏନସିଆର, ହରିଆଣା, ପଞ୍ଜାବ, ରାଜସ୍ଥାନ ଓ ୟୁପିର ପ୍ରଦୂଷଣକୁ ନଜରରେ ରଖି ଏହି କମିଶନ ଗଠନ ହୋଇଛି। ଏହା ବାୟୁ ପ୍ରଦୂଷଣ ରୋକିବା, ସମାଧାନ କରିବା ଓ ଏହା ଉପରେ ନଜର ରଖିବା​‌ କାମ କରିବ। ଏଥିରେ ଚେୟାରପସର୍ନଙ୍କ ସହ କେନ୍ଦ୍ର ସରକାର, ଏନିସିଆରର ରାଜ୍ୟ ପ୍ରତିନିଧି, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଇସ୍ରୋରର ପ୍ରତିନିଧି ରହିବେ।

ପ୍ରଦୂଷଣ ଲଢ଼େଇକୁ ନେଇ ଅନେକ ଅଭିଯାନ ଚାଲିଛି। ଏହା ପରେ ମଧ୍ୟ ଏହାକୁ ଅନେକ ନଜର ଅନ୍ଦାଜ କରୁଛନ୍ତି। ଏହାକୁ ନେଇ ଦିଲ୍ଲୀ ସରକାର ଗ୍ରୀନ ଦିଲ୍ଲୀ ଆପ୍‌ ବି ଆଣୁଛନ୍ତି। କେବଳ ଏତିକି ନୁହେଁ ଆଗକୁ ଦୀପାବଳି ଆସୁଥିବାରୁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି।

ସୁପ୍ରିମକୋର୍ଟଙ୍କ ମଧ୍ୟ ଆଦେଶ ଯେ ଦିଳ୍ଲୀର ବାୟୁକୁ ଦୂଷିତ କରା ନ ଯାଉ। ଆବଶ୍ୟକ ନ ଥିଲେ ବାଣ ଫୁଟାଇବା ଦରକାର ନାହିଁ ଓ ପ୍ରଦୂଷଣ କମ୍ ଦିଗରେ ସାହାଯ୍ୟ କରିବାକୁ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.