ମା' ଝଙ୍କଡ଼ ଶାରଳାଙ୍କ ୫ଶହ ଏକର ସମ୍ପତ୍ତିର ହିସାବ ମିଳୁନାହିଁ - ମାଡି ବସିଛି କିଏ, ଏଜି ରିପୋର୍ଟରେ ସାଂଘାତିକ ତଥ୍ୟ

Published By : Prameya-News7 Bureau | December 31, 2019 IST

ଭୁବନେଶ୍ୱର ୩୧।୧୨ - ଝଙ୍କଡ ଶାରଳା ମନ୍ଦିରର ୫ ଶହ ଏକର ସମ୍ପତ୍ତିର ହିସାବ ମିଳୁନାହିଁ । ଶାରଳାଙ୍କ ମନ୍ଦିର ଅଫିସ ପକ୍ଷରୁ ୧୧୭ ଏକର ଏକର ସମ୍ପତି ଥିବା କଥା ସୂଚନା ଦିଆଯାଇଥିଲେ ମଧ୍ୟ ଏହାର କୌଣସି କାଗଜ ପତ୍ରରେ ପ୍ରମାଣ ନଥିବା କଥା ଆକାଉଣ୍ଟ ଜେନେରାଲ୍‌ଙ୍କ ଅଡିଟ୍‌ ବେଳେ ଜଣା ପଡିଛି ।

କେବଳ ସେତିକି ନୁହେଁ ଅଡିଟ୍‌ ବେଳେ ତିର୍ତ୍ତୋଲ ତହସିଲ୍‌ଦାର ସହଯୋଗ କରି ନଥିବା ପ୍ରକାଶ କରିଛନ୍ତି । ଏହି ଜମି ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଏଜିଙ୍କ ପକ୍ଷରୁ ଅନ୍ୟ ସଲଗ୍ନ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କୁ ପତ୍ର ଲେଖାଯାଇଛି । ରାଜ୍ୟ ସରକାରଙ୍କ ସୁପାରିଶ ପରେ ଏଜିଙ୍କ ପକ୍ଷରୁ ମା ଶାରଳା ମନ୍ଦିରର ସମ୍ପତ୍ତି ଓ ଆୟ ବ୍ୟୟର ଅଡିଟ୍‌ କରାଯାଉଛି । ମାତ୍ର ପ୍ରଥମରୁ ଏଥିରେ ଅନେକ ଅନିୟମିତତା ସାମ୍ନାକୁ ଆସିଛି ।

ଶାରଳା ମନ୍ଦିର ଓଡିଶାରେ ପ୍ରସିଦ୍ଧ । ଶାରଳା ଦାସ ମାଆଙ୍କ କୃପାରୁ ଓଡିଆ ମହାଭାରତ ରଚନା କରିଥିବା ବିଶ୍ୱାସ ରହିଛି । ଏଥିପାଇଁ ଏହି ସ୍ଥାନକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାଆନ୍ତି । ମାତ୍ର ମନ୍ଦିରରେ ସ୍ଥାୟୀ ଏକ୍ସିକ୍ୟୁଟିଭ୍‌ ଅଫିସର ନାହାନ୍ତି । ଲ୍ୟାଣ୍ଡ ଅଫିସର ଗୋରଖନାଥ ପୀଠ ଓ ଶାରଳା ମନ୍ଦିରର ଦାୟିତ୍ୱରେ ଥିବାରୁ , ସେ ଠିକ୍‌ ଭାବରେ ମନ୍ଦିର ପ୍ରତି ଧ୍ୟାନ ଦେଇ ପାରୁ ନଥିବା ଅଭିଯୋଗ ହୋଇଛି ।

ମନ୍ଦିର ପରିଚାଳନା ପାଇଁ ଥିବା କର୍ମଚାରୀମାନେ ଠିକ୍‌ ଭାବେ କାର୍ଯ୍ୟ ତୁଲାଇ ପାରୁ ନଥିବା ଅଭିଯୋଗ ହୋଇଛି । ପ୍ରତି ବର୍ଷ ୮୦ ଲକ୍ଷ ଟଙ୍କା ମନ୍ଦିର ପାଇଁ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତାହାର ଠିକ୍‌ ଭାବରେ ହିସାବ ମିଳୁ ନଥିବା ଅଭିଯୋଗ ହୋଇଛି । ଦାନ ଦକ୍ଷିଣାର ହିସାବ ରହୁ ନଥିବା ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.