'ମୈନେ ପ୍ୟାର କିୟା' ଫିଲ୍ମର ୩୦ ବର୍ଷ ପୂରଣରେ ଶିଲ୍ପା ସେଟ୍ଟିଙ୍କ TikTok, ଭିଡିଓ Viral

Published By : Prameya-News7 Bureau | December 30, 2019 IST

ସୁପରଷ୍ଟାର ସଲମାନ ଖାନ ଓ ଭାଗ୍ୟଶ୍ରୀଙ୍କୁ କୋ ଷ୍ଟାର କରି ହୋଇଥିବା ଫିଲ୍ମ 'ମୈନେ ପ୍ୟାର କିୟା' ବଲିଉଡ୍‌ରେ ୩୦ ବର୍ଷ ପୁରଣ କରିଛି। ୨୯ ଡିସେମ୍ବର ୧୯୮୯ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ୩ ଦଶନ୍ଧୀ ପୂରଣ ଅବସରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଫିଲ୍ମକୁ ସେମାନଙ୍କ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏଥିଲାଗି ସେମାନେ ଟିକ୍‌ଟକ୍‌ରେ ଏକ ଭିଡିଓ କରିଥିବା ବେଳେ ତାହା ଇଂଷ୍ଟାରେ ଫ୍ୟାନ୍‌ସଙ୍କୁ ବି ଖୁବ ପସନ୍ଦ ଆସିଛି। 

wp:html
/wp:html

ଉଭୟ ଫିଲ୍ମର 'ଦିଲ ଦିୱାନା' ଗୀତରେ ଲିପସିଂ କରୁଥିବା ବେଳେ ଏଥିରେ ଏକ ଫନି ଟ୍ୱିଟ୍‌ ଆସୁଛି। ନିଜେ ଶିଳ୍ପା ଏହି ଭିଡିଓକୁ ତାଙ୍କ ଇଂଷ୍ଟା ଆକାଉଣ୍ଟରେ ସେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି 'ଉମ୍ମିଦ ବନାମ ହକିକତ' ଦିନକରେ ମୋ ଟିକ୍‌ଟକ୍‌ ଭିଡିଓରେ ଏତେ ଫଲୋଅର ହେବେ ତାହା ସେ କଳ୍ପନା ବି କରିନଥିଲେ ବୋଲି ଲେଖିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":204813,"width":578,"height":407,"sizeSlug":"large"}

ମୈନେ ପ୍ୟାର କିୟା ସଲମାନଙ୍କ ସବୁଠୁ ଭଲ ଫିଲ୍ମମାନଙ୍କ ମଧ୍ୟରେ ଅନ୍ୟତମ ଓ ପ୍ରମୁଖ। ସେତେବେଳେ ସୂରଜ ବଡଜାତ୍ୟାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଯୁବ ପୀଢିର ଖୁବ୍ ଆଦର ପାଇଥିଲା। ଏହି ଫିଲ୍ମ ଲାଗି ସୂରଜ୪୬କୋଟି ଟଙ୍କା ଲଗାଇଥିଲେ। ଆଜିର ସମୟରେ ଏହା ମୂଲ୍ୟ ୩୫୦ କୋଟିରୁ ବି ଅଧିକ ଅଙ୍କା ଯାଉଛି। ଏତେ ବର୍ଷ ପରେ ବି ଦର୍ଶକେ ଏହି ଫିଲ୍ମକୁ ଏପର୍ଯ୍ୟନ୍ତ ଭୁଲିପାରୁନାହାନ୍ତି। ଆଜିବି ଟେଲିଭିଜନରେ କେଉଁଠି ପ୍ରସାରିତ ହେଉଥିଲେ ଲୋକେ କାମ ବନ୍ଦ କରିଦେଖୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.