ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରୁ ଟ୍ରେନିଂ ଶେଷ କରି ବାହାରିଲେ ଓଏମ୍‌ଭିଡିର ୧୬ଜଣ ଏସ୍‌ଆଇ

Published By : Prameya-News7 Bureau | August 28, 2018 IST

ଭୁବନେଶ୍ୱର୨୮|୮: ରାଜ୍ୟରେ ପ୍ରଥମ ଥର ପାଇଁ ଓଏମଭିଡି ଟ୍ରେନିଂ ଶେଷ କରି ବାହାରିଛନ୍ତି ୧୬ ଜଣ ଏସଆଇ । ଏଥିରେ ଦୁଇଜଣ ମହିଳା ମଧ୍ୟ ଅଛନ୍ତି । ବିଜୁ ପଟ୍ଟନାୟକ ଏକାଡେମୀରେ ଦୀର୍ଘ ୬ମାସ କାଳ ଟ୍ରେନିଂ ପାଇବାପରେ ଏମାନଙ୍କୁ ରାଜ୍ୟର ବିଭିନ୍ନ ଆରଟିଓ ଏବଂ ଏମଭିଆଇଙ୍କ ଅଧିନରେ ନିଯୁକ୍ତି ଦିଆଯିବ । ଆମ ରାଜ୍ୟରେ ବର୍ଷକୁ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦେଢ ଲକ୍ଷରେ ପହଂଚିଲାଣି । ସାରା ଦେଶରେ ହେଉଥିବା ରାସ୍ତା ଦୁର୍ଘଟଣା ତୁଳନାରେ ଆମ ରାଜ୍ୟରେ ବହୁ ଅଧିକ ମୃତ୍ୟୁମୁଖରେ ପଡୁଥିବା ଏକ ସର୍ଭେରୁ ଜଣାପଡିଛି । ଏହି ଏସଆଇମାନଙ୍କ ନିଯୁକ୍ତି ପରେ ରାଜ୍ୟରେ ରାସ୍ତା ଦୁର୍ଘଟଣା କମିବ ବୋଲି ଆଶା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ବିଜୁ ପଟ୍ଟନାୟକ ଟ୍ରେନିଂ ପ୍ରତିଷ୍ଠାନରୁ ବାହାରିଥିବା ଏହି ଏସଆଇଙ୍କ ମନରେ ଅନେକ ଉତ୍ସାହ । ଏମାନେ ରାଜ୍ୟ ପାଇଁ କିଛି କରିବାକୁ ନିଜକୁ ସଂମ୍ପୂର୍ଣ୍ଣ ନିଜକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ । ରାଜ୍ୟରେ ହେଉଥିବା ରାସ୍ତା ଦୁର୍ଘଟଣାକୁ ରୋକିବା ପାଇଁ ଏମାନଙ୍କର କାର୍ଯ୍ୟଶୈଳୀ ଆଗକୁ କାମରେ ଆସିବ ବୋଲି ପାସଆଉଟ ପ୍ୟାରେଡ ପରେ ଏସଆଇମାନେ କହିଛନ୍ତି । ପୂର୍ବରୁ ଓଏମଭିଡିରେ ସିଧାସଳଖ ଏସଆଇ ନିଯୁକ୍ତି ହେଇନଥିଲା । ଏହା ପ୍ରଥମ ବ୍ୟାଚ ଏସଆଇ । ଆଗକୁ ଅବକାରୀ ବିଭାଗରେ ମଧ୍ୟ ସିଧାସଳଖ ଏସଆଇ ନିଯୁକ୍ତି ହେବାକୁ ଯାଉଛି । ଯେଉଁମାନଙ୍କୁ ବିଜୁ ପଟ୍ଟନାୟକ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.