ସୁନ୍ଦରଗଡ ସିଡିଏମଓ ପଙ୍କଜ ପଟେଲଙ୍କ ସସପେଣ୍ଡ ଘଟଣାକୁ ତୀବ୍ର ନିନ୍ଦାକଲା ଓମସା-ସିଡିଏମଓଙ୍କୁ ତୁରନ୍ତ ଚାକିରିରେ ଯୋଗ ଦେବାଲାଗି ସରକାର ନିର୍ଦେଶ ​‌ଦେବାକୁ ଦାବି

Published By : Prameya-News7 Bureau | October 20, 2019 IST

ଭୁବନେଶ୍ୱର - ସୁନ୍ଦରଗଡ ସିଡିଏମଓ ପଙ୍କଜ ପଟେଲଙ୍କ ସସପେଣ୍ଡ ଘଟଣାକୁ ତୀବ୍ର ନିନ୍ଦାକଲା ଓମସା ।ସିଡିଏମଓ ଙ୍କୁ ତୁରନ୍ତ ଚାକିରିରେ ଯୋଗଦେବାଲାଗି ସରକାର ନିର୍ଦେଶ ​‌ଦେବାକୁ ଦାବି କରିଛି ଓମସା । ଆଜି ଓମସାର ସଦଶ୍ୟ ମାନଙ୍କ ମଧ୍ୟରେ ଆଇଏମଏ ଭବନଠାରେ ଏକ ବୈଠକ ବସିଥିବା ବେଳେ ଏନେଇ ହୋଇଛି ନିଷ୍ପତି । ୫ଟି କୁ ଓମସା ପକ୍ଷରୁ ସ୍ବାଗତ କରାଯାଇଛି କିନ୍ତୁ  ଏହାକୁ କାର୍ଯ୍ୟକାରୀ କରିବା ପୁର୍ବରୁ ପ୍ରଥମେ ଘଟଣାର ତଦନ୍ତ କରିବାର ଆବଶ୍ୟକତା ରହିଥିବା କୁହାଯାଇଛି ଓମସା ପକ୍ଷରୁ ।

ସେହିଭଳି ଚିକିତ୍ସାଳୟ ଗୁଡିକରେ ଭିତିଭୁମି ସୁଦୃଢ କରିବା, ବବଶ୍ୟକ ଅନୁଯାୟୀ କର୍ମଚାରି ଓ ଡାକ୍ତର ନିଯୁକ୍ତି ଓତଥା ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି କରାଯାଇଛି । ଏନେଇ ଓମସାର ଏକ ମିଟିଙ୍ଗ ପରେ ସୁଚନା ଦିଆଯାଇଛି ।ତେବେ ସୁନ୍ଦରଗଡ ସିଡିଏମଓ ଘଟଣାରେ ସରକାରଙ୍କୁ ଚିଠି ଦିଆଯାଇଥିବା ବେଳେ  ଏନେଇ ପୁଣି ଏକ ବୈଠକ ବସିବ ଓମସାର ସଦଶ୍ୟ ମାନଙ୍କ ମଧ୍ୟରେ ।ଏଥିସହ ପରବର୍ତି କାର୍ଯ୍ୟକ୍ରମ କର କରାଯିବା ସହ ଆବା୍ଶ୍ୟକ ପଡିଲେ ଆନ୍ଦୋଳନ କରାଯିବା  ନେଇ ସ୍ଥିର କରାଯିବ ବୋଲି ସୁଚନା ଦେଇଛନ୍ତି ଏହାର ସାଧାରଣ ସଂପାଦକ  । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.