Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଜାନୁଆରୀ କିମ୍ବା ଫେବୃଆରୀରେ ଆସିବ ତୃତୀୟ ଲହର ! ବିଦେଶରୁ ମୁମ୍ବାଇ ଫେରିଥିବା ୧୦୦ ଯାତ୍ରୀଙ୍କ ମିଳୁନି ପତ୍ତା

7/12/2021 at 12:29 PM

ନୂଆଦିଲ୍ଲୀ ୦୭।୧୨: ଭୟ ବଢାଇଲାଣି ଓମିକ୍ରନ୍‌ । ଆଗକୁ ହୋଇପାରେ ଲକ୍‌ଡାଉନ୍‌ । ଯାହାକୁ ନେଇ ଏବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଆଗାମୀ କିଛି ଦିନରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କା ଦେଖାଦେଇଛି । ତେବେ ଏସବୁ ଭିତରେ ମହାରାଷ୍ଟ୍ରରୁ ଆସିଛି ଅତି ଚିନ୍ତାଜନକ ଖବର । ବିଦେଶରୁ ଫେରିଥିବା ୧୦୦ ଯାତ୍ରୀଙ୍କର ମିଳୁନି ପତ୍ତା ।

ଗତ କିଛି ଦିନ ବିଦେଶରୁ ଆସିଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବା ସହ କ୍ୱାରେଣ୍ଟାନ୍‌ରେ ରଖିବାକୁ ସରକାର ନିୟମ କରିଥିଲା । କ୍ୱାରେଣ୍ଟାଇନ୍‌ରେ ରହିବା ପରେ ସେମାନଙ୍କର କରୋନା ଟେଷ୍ଟ ହେବ ଏବଂ ଏହାପରେ ଜିନମ ସିକ୍ୟୁଏସିଂ କରାଯିବ ବୋଲି ନିର୍ଦ୍ଦେଶ ଥିଲା । କିନ୍ତୁ ଏସବୁ ଭିତରେ ମହାରାଷ୍ଟ୍ର ଠାଣେ ଜିଲ୍ଲାକୁ ଏବେ ଯାଏଁ ମୋଟ ୨୯୫ ବିଦେଶ ଯାତ୍ରୀ ଆସିଥିଲେ । ସେମାନଙ୍କ ମଧ୍ୟରୁ ୧୦୯ ଯାତ୍ରୀଙ୍କର କୌଣସି ଖୋଜ୍‌ଖବର ନାହିଁ । ସେମାନେ ଦେଇଥିବା ଠିକଣାରେ ତାଲା ଝୁଲୁଛି । ଫୋନ୍‌ କଲେ ଆସୁଛି ସ୍ୱିଚ୍‌ ଅଫ୍ । ଯାହାକୁ ନେଇ ଚିନ୍ତାର ପଡିଛି ସ୍ଥାନୀୟ ପ୍ରଶାସନ ।

ସେପଟେ ଦେଶରେ କରୋନା ଓମିକ୍ରନ୍‌ ଭାରିଆଣ୍ଟ କେସ୍‌ ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ସୁଦ୍ଧା ଭାରତରେ ଓମିକ୍ରନ୍‌ ସଂଖ୍ୟା ୨୩ରେ ପହଞ୍ଚିଛି । ଏହାମଧ୍ୟରୁ ଗତକାଲି ମହାରାଷ୍ଟ୍ରୁ ୨ଜଣ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୬ରେ ପହଞ୍ଚିଛି । ଭୁବନେଶ୍ୱର ମହାନଗର ନିଗମ ଅନୁଯାୟୀ, ନଭେମ୍ବର ୧ ସୁଦ୍ଧା ୧୯ଜଣଙ୍କ କରୋନା ଟେଷ୍ଟ ହୋଇଥିଲା । ସେଥିରୁ ୧୬ ଜଣ ପଜିଟିଭ୍ ଆସିଥିଲା । ଯେଉଁମାନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୪ଜଣ ମହିଳା ରହିଛନ୍ତି । ମହାରାଷ୍ଟ୍ର ବ୍ୟତୀତ ଦେଶର ଅନେକ ରାଜ୍ୟରୁ ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।ଏସବୁ ଭିତରେ ରାଜସ୍ଥାନରୁ ୯ଜଣ, କର୍ଣ୍ଣାଟକ ରୁ ୨ଜଣ, ଗୁଜୁରାଟରୁ ୨ଜଣ, ଦିଲ୍ଲୀରୁ ଜଣେ ବାହାରିଛନ୍ତି ।

ଓମିକ୍ରନ୍‌ ଭାରିଆଣ୍ଟ ପ୍ରଥମେ ସାଉଥ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । କରୋନାରେ ଭାଇରସର ଏହି ଭାରିଆଣ୍ଟଟି ପୂର୍ବ ଅପେକ୍ଷା ଅତି ତିବ୍ରରେ ସଂକ୍ରମଣ ବଢାଇବାରେ ସକ୍ଷମ ଅଟେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଏହି ଭାରିଆଣ୍ଟ ଲାଗି ଭାରତରେ ଜାନୁଆରୀ କିମ୍ବା ଫେବୃଆରୀରେ ଓମିକ୍ରନ୍ ଶିଖର ଛୁଇଁବ । ଯେଉଁଥିରେ ପ୍ରତିଦିନ ୧ ଲକ୍ଷରୁ ଦେଢ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ଚିହ୍ନଟ ହେବାର ସମ୍ଭାବନା ରହିଛି । ଆଇଆଇଟି ପ୍ରଫେସର ବରିଷ୍ଠ ବୈଜ୍ଞାନିକ ମଣିନ୍ଦ୍ର ଅଗ୍ରୱାଲ ନୂତନ ଅଧ୍ୟୟନ ପରେ ଏହା ଦାବି କରିଛନ୍ତି ।

ମଣିନ୍ଦ୍ର ଅଗ୍ରୱାଲ ଆହୁରୀ ମଧ୍ୟ କହିଛନ୍ତି ଯେ, ନୂଆ ରୂପରେ ଆସିଥିବା ଏହି ଭାରିଆଣ୍ଟଟି ପୂର୍ବ ତୁଳନାରେ ଅଧିକ ସଂକ୍ରମିତ କରିବ । କିନ୍ତୁ ୨ୟ ଲହର ଅପେକ୍ଷା ତୃତୀୟ ଲହରର ପ୍ରଭାବ କମ୍‌ ରହିବ । ଓମିକ୍ରନ୍‌ର ପ୍ରଊାବ ଡେଲ୍‌ଟା ଠାରୁ କମ୍‌ ରହିବ ।  ଏହାକୁ ରୋକିବାକୁ ହେଲେ କଟକଣା ଲାଗାଇବା ଜରୁରୀ । ଯଦି ସରକାର ଏଦିଗରେ ଚିନ୍ତା କରି କଟକଣା ଲଗାନ୍ତି । ତେବେ ସଂକ୍ରମଣ ବ୍ୟାପିବାର ରୋକ୍‌ ଲାଗିପାରିବ ।

   Related Posts