Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବଢୁଛି ଓମିକ୍ରନ୍ କେସ୍ : ସଠିକ୍ ପଦକ୍ଷେପ ନନେଲେ, ଆସିବ ତୃତୀୟ ଲହର !

8/12/2021 at 8:42 AM

ନୂଆଦିଲ୍ଲୀ ୦୮।୧୨ : ଦେଶରେ ଓମିକ୍ରନ୍ ମାମଲା ବଢ଼ୁଛି। ଅନ୍ୟ ପ୍ରଜାତି ତୁଳନାରେ କୋଭିଡ୍ ର ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରାମକ। ଯଦି ସଂକ୍ରମଣ ନିୟନ୍ତ୍ରଣ ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ ନହୁଏ ତେବେ ତୃତୀୟ ଲହର ଆସିଯିବ । ଏମିତି କିଛି ଚେତାବନୀ ଶୁଣାଇଛି ଆଇଏମ୍ ଏ ବା ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ।

ଖବର ଅନୁଯାୟୀ, ଦେଶରେ ଏଯାବତ ୨୩ ଜଣ ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହୋଇଛନ୍ତି। ଉପଲବ୍ଧ ହୋଇଥିବା ବୈଜ୍ଞାନିକ ପ୍ରମାଣ ଏବଂ ଓମିକ୍ରନ୍ ଉତ୍ପତ୍ତି ହୋଇଥିବା ରାଷ୍ଟ୍ରରେ ଥିବା ପ୍ରମାଣକୁ ଆଧାର କଲେ ଏହା ଜଣାପଡ଼ୁଛି ଯେ, ଏହା ଅତ୍ୟନ୍ତ କ୍ଷୀପ୍ର ଗତିରେ ବ୍ୟାପୁଛି । ଅଧିକରୁ ଅଧିକ ଲୋକଙ୍କୁ ଏହା ପ୍ରଭାବିତ କରିବ।ଭାରତ ଏବେ ସ୍ବାଭାବିକ ସ୍ଥିତିକୁ ଆସିଛି। କିନ୍ତୁ ଓମିକ୍ରନ୍ ପାଇଁ ଏବେଠାରୁ ସତର୍କ ନହେଲେ ଆଗକୁ ଅତି ବିପଜ୍ଜନକ ସ୍ଥିତି ଉପୁଜିବ। ଏଥିପାଇଁ ଖୁବ୍ ଶୀଘ୍ର ଆମକୁ ତୃତୀୟ ଲହର ଦେଖିବାକୁ ପଡ଼ିପାରେ ବୋଲି ଆଇଏମ୍ ଏ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ୍ ପ୍ରଜାତି ଏବେ ଅନେକ ରାଷ୍ଟ୍ରକୁ ବ୍ୟାପି ସାରିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଏକ ଚିନ୍ତାଜନକ ପ୍ରଜାତି ଭାବେ ଘୋଷଣା କରିଛନ୍ତି। ଦେଶରେ ଓମିକ୍ରନ୍ ଚିହ୍ନଟ ହୋଇଥିବା ରାଜ୍ୟମାନଙ୍କରେ କଟକଣା କଡ଼ାକଡ଼ି ହୋଇଛି। କେନ୍ଦ୍ର ସରକାର ମଧ୍ୟ ଗତ ୧ ତାରିଖରୁ ନୂଆ ନିର୍ଦ୍ଦେଶାବଳି କାର୍ଯ୍ୟକାରୀ କରିଛନ୍ତି। କରୋନାର ଡେଲ୍ ଟା ପ୍ରଜାତି ତୁଳନାରେ ଓମିକ୍ରନ୍ ପ୍ରଜାତି ଅତ୍ୟନ୍ତ ସଂକ୍ରାମକ।

 ଓମିକ୍ରନ୍ ପ୍ରଜାତିରେ ଆକ୍ରାନ୍ତ ହେବାର ୯୦ ଦିନ ପରେ ବି ପୁନଃ ସଂକ୍ରମଣ ହେବା ଆଶଙ୍କା ୩ ଗୁଣା ଅଧିକ ରହିଛି। ଡେଲ୍ ଟା ତୁଳନାରେ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ହୋଇଥିଲେ ସଂକ୍ରମଣର ୯୦ ଦିନ ପରେ ପୁନଃ ସଂକ୍ରମଣ ହେବାର ସମ୍ଭାବନା ୩ ଗୁଣା ଅଧିକ ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଡାକ୍ତର ସୌମ୍ୟା ସ୍ବାମୀନାଥନ କହିଛନ୍ତି। ଓମିକ୍ରନ୍ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ହେଉଛି। କିନ୍ତୁ ହସ୍ପିଟାଲ୍ ରେ ରୋଗୀଙ୍କ ସଂଖ୍ୟା ବଢ଼ୁନି। ତେବେ ଏବିଷୟରେ ଅଧିକ ସ୍ପଷ୍ଟ ହେବାପାଇଁ ଆଉ ୨ କିମ୍ବା ୩ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

   Related Posts