ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩/୧୨: କରୋନାର ନୂଆ ମ୍ୟୁଟାଣ୍ଟ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନ୍ ସମଗ୍ର ବିଶ୍ୱକୁ ଥରହର କରି ରଖିଛି । ଓମିକ୍ରନ ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଚିହ୍ନଟ ହୋଇଥିଲା । କିନ୍ତୁ ଏବେ ଏହା ୩୦ ଦେଶକୁ ବ୍ୟାପିଲାଣି ।

ଫଳରେ ଏପରି ସ୍ଥିତି ହେତୁ ସାଉଥ ଆଫ୍ରିକାରେ ଲକଡାଉନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୨୪ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଭାରିଆଣ୍ଟର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ସେହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଥିଲା ଯେ ସେମାନଙ୍କ ଦେଶରେ କରୋନାର ଏକ ନୂତନ ପ୍ରକାର ଦେଖିବାକୁ ମିଳିଛି ଯାହା ୩୦ ରୁ ଅଧିକ ଥର ରୂପ ବଦଳାଇ ସାରିଲାଣି ।

ଦକ୍ଷିଣ ଆଫ୍ରିକାରେ ପରିସ୍ଥିତି ଏତେ ଖରାପ ଯେ, ସେଠାରେ ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ମଧ୍ୟ ଲଗାଯାଇଛି । କ୍ରମାଗତ ଭାବରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏସବୁ କରିବାକୁ ନିଷ୍ପତ୍ତି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାରରୁ ଅଧିକ ମାମଲା ମଧ୍ୟ ରିପୋର୍ଟ ହୋଇଛି । ଡାକ୍ତରଖାନାଗୁଡ଼ିକ ବେଡ ମଢ୍ୟ ଫୁଲ ରହୁଛି ।

ଏହି ସମୟରେ ଅନେକ ଦେଶ ଦକ୍ଷିଣ ଆଫ୍ରିକା ଉପରେ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । WHO ଏହି ନିଷ୍ପତ୍ତିକୁ ପ୍ରୋତ୍ସାହନ ଦେଇନାହିଁ, କିନ୍ତୁ ଅନେକ ଦେଶ ଏହି ଭୂତାଣୁ ବିସ୍ତାର ନକରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.