Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

୫ ରାଜ୍ୟରୁ ୨୧ କେସ୍, ଟିକାକରଣ ପରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଭାରତରେ ବ୍ୟାପିଲା ଓମିକ୍ରନ

6/12/2021 at 8:21 AM

ନୂଆଦିଲ୍ଲୀ ୦୬/୧୨: ଭାରତରେ ଓମିକ୍ରନ ତୀବ୍ର ମାତ୍ରାରେ ବ୍ୟାପିବାରେ ଲାଗିଛି । ଧୀରେ ଧୀରେ ନୂଆ କେସ୍ ସାମ୍ନାକୁ ଆସୁଛି । ରବିବାର ଗୋଟିଏ ଦିନରେ ଦେଶରେ ୧୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ସକାଳେ ଦିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଧ୍ୟାରେ ମହାରାଷ୍ଟ୍ର ଏବଂ ରାଜସ୍ଥାନରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ଶନିବାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଗତକାଲି ସଂଧ୍ୟାରେ ମହାରାଷ୍ଟ୍ରରେ ପୁଣି ୭ ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହୋଇଛି । ଏହାପରେ ପରେ ରାଜସ୍ଥାନରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ରାଜସ୍ଥାନରୁ ଚିହ୍ନଟ ହୋଇଛନ୍ତି ଓମିକ୍ରନ ପଜିଟିଭ । ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ତେବେ ଆଶ୍ଚର୍ଯ୍ୟର ବିଷୟ ଟିକାକରଣ ପରେ ବି କେସ୍ ବଢିଛି ।

ବିଶେଷ କରି ଟିକାର ଦୁଇ ଡୋଜ୍ ପରେ ଲୋକେ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ତେବେ ଏହାରି ଭିତରେ ଆଶ୍ୱସ୍ତିକର ତଥ୍ୟ ହେଉଛି ଏହି ନୂଆ ଭାରିଆଣ୍ଟ ସଂକ୍ରମିତଙ୍କ ଗୁରୁତର କରୁନି । ଅର୍ଥାତ୍ ମୃତ୍ୟୁ ସଂଖ୍ୟାର ବଢିବନି, ବା ଲୋକଙ୍କ ପାଇଁ ଏହା ଘତକ ସାଜିବନି । ରୋଗୀ ଏଥିରୁ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି ।

   Related Posts