Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଭାରତରେ ଭୟ ବଢାଇଲା ଓମିକ୍ରନ! ଜୟପୁରରେ ୯ ସଂକ୍ରମିତ, ଚଣ୍ଡୀଗଡରେ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ମହିଳା

4/12/2021 at 8:28 AM

ନୂଆଦିଲ୍ଲୀ ୦୪/୧୨: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ମ୍ୟୁଟାଣ୍ଟ ଏବେ ଭାରତ ପାଇଁ ବିପଦ ବଢାଇଛି । କର୍ଣ୍ଣାଟକରେ ଦୁଇ ବ୍ୟକ୍ତି ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବା ପରେ ଆଲର୍ଟରେ ସରକାର । ଫଳରେ ବିଭିନ୍ନ ରାଜ୍ୟର ସରକାର କୋଭିଡ ଗାଇଡଲାଇନ କଡାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ମହାରାଷ୍ଟ୍ରରେ ୩୦ ଜଣଙ୍କ ନମୂନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ସେହିଭଳି ରାଜସ୍ଥାନ ଜୟପୁରରେ ଗୋଟିଏ ପରିବାରର ୯ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତା । ପଜିଟିଭ ଚିହ୍ନଟ ସମସ୍ତ ୯ ଜଣଙ୍କୁ ରାଜସ୍ଥାନ ୟୁନିଭରସିଟି ଅଫ ହେଲଥ ସାଇନ୍ସରେ ଆଇସୋଲେସନରେ ରଖାଯାଇଛି ।

ସେହିଭଳି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଓମିକ୍ରନ ଭୂତାଣୁ ଜଣାପଡିବା ପରେ ୩୦ ବ୍ୟକ୍ତି ନମୂନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କୁ ପୁଣେ ଏବଂ ୧୬ ଜଣଙ୍କୁ କସ୍ତୁରବା ହସ୍ପିଟାଲରେ ହୋଇଥିବା ଲ୍ୟାବକୁ ପଠାଯାଇଛି । ଅଧିକାରୀ କହିଛନ୍ତି ଶୁକ୍ରବାର ସକାଳ ସୁଦ୍ଧା ୨,୮୨୧ ଯାତ୍ରୀ ହାଇ ରିସ୍କ ଦେଶରୁ ମମମ୍ୱାଇ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ତେବେ ରାଜ୍ୟରେ ଏଯାବତ୍ କେହି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାଁନ୍ତି ।

ସେପଟେ ଚଣ୍ଡୀଗଡରେ ଦକ୍ଷିଣ ଆଫ୍ରିକା ଫେରନ୍ତା ଜଣେ ୩୯ ବର୍ଷୀୟ ମହିଳା ହୋମ କ୍ୱାରେଣ୍ଟାଇନ ନିୟମ ପାଳନ କରୁନଥିବା ଜଣାପଡଛି । ମହିଳା ଜଣଙ୍କ ଘରେ ସଂଗରୋଧରେ ନରହି ଷ୍ଟାର ହୋଟେଲରେ ଯାଇଥିଲେ ।

   Related Posts