Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଚିନ୍ତା ବଢ଼ାଇଲାଣି ‘ଓମିକ୍ରୋନ’: ୩୦ଟି ମ୍ୟୁଟେସନ ଚିହ୍ନଟ, ୪ ଦିନରେ ୧୧ ଦେଶକୁ ବ୍ୟାପିଛି ଭାଇରସ, ଭାରତ ପାଇଁ କେତେ ବିପଦଜନକ!

28/11/2021 at 4:19 PM

ନୂଆଦିଲ୍ଲୀ ୨୮/୧୧ : କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରୋନ’କୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନୂଆ ଭାରିଏଣ୍ଟ ନାଁ ଶୁଣି ଲୋକେ ଛାନିଆ ହୋଇଗଲେଣି। ବିଶେଷଜ୍ଞ ଏହାକୁ ଡେଲଟାରୁ ଭୟଙ୍କର ବୋଲି କହିଛନ୍ତି। ଏହାକୁ ସବୁଠାରୁ ଅଧିକ ମ୍ୟୁଟେଟେଡ଼ ଭର୍ସନ ବୋଲି କୁହାଯାଉଛି । ଡେଲଟା ଭାରିଏଣ୍ଟରେ ୨ଟି ମ୍ୟୁଟେସନ ଚିହ୍ନଟ ହୋଇଥିବାବେଳେ ଓମିକ୍ରୋନରେ ୩୦ଟି ମ୍ୟୁଟେସନ ଚିହ୍ନଟ ହୋଇଛି। ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଚିନ୍ତାଜନକ ବୋଲି କହିଛି।

ନଭେମ୍ବର ୨୪ ରେ ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ୨୬ ତାରିଖ ସୁଦ୍ଧା ଓମିକ୍ରୋନ ୫ଟି ଦେଶକୁ ବିସ୍ତାର କରିସାରିଛି। ୨୮ ତାରିଖ ସୁଦ୍ଧା ଏହା ୧୧ଟି ଦେଶରେ ଚିହ୍ନଟ ହୋଇଛି। ଏହି ଭାରିଏଣ୍ଟ ଦକ୍ଷିଣ ଆଫ୍ରିକା, ବ୍ରିଟେନ, ବେଲଜିୟମ, ଜର୍ମାନୀ, ଇସ୍ରାଇଲ, ଇଟାଲୀ, ହଙ୍ଗକଙ୍ଗ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ଆଦି ଦେଶରେ ଚିହ୍ନଟ ହୋଇଛି। 

ଯେଉଁ ଦେଶରେ ଓମିକ୍ରୋନ ଭାରିଏଣ୍ଟ ଚିହ୍ନଟ ହୋଇଛି ସେମାନଙ୍କ ମଧ୍ୟରୁ ୩ଟି ଦେଶ ସହ ଭାରତର ଏୟାର ବବଲ ଅନୁଯାୟୀ ବିମାନ ସେବା ଜାରି ରଖିବାକୁ ଚୁକ୍ତି ହୋଇଛି। ଏହି ୩ଟି ଦେଶ ହେଲା ବ୍ରିଟେନ, ଜର୍ମାନୀ, ନେଦରଲ୍ୟାଣ୍ଡ। ସେଥିପାଇଁ ଏହି ୩ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ବିଶେଷ ନଜର ରଖାଯାଉଛି। ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ଡିସେମ୍ବର ୧୫ ତାରିଖରୁ ସବୁ ଦେଶ ସହ ବିମାନ ସେବା ଆରମ୍ଭ କରିବେ। କିନ୍ତୁ ଶନିବାର ଦିନ ମୋଦି କରୋନାକୁ ନେଇ ଉଚ୍ଚସ୍ଥରୀୟ ବୈଠକ କରିବା ପରେ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିଛନ୍ତି।

   Related Posts