Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ

2/12/2021 at 12:48 PM

ନୂଆଦିଲ୍ଲୀ, ୦୨/୧୨:   ବିଳମ୍ବିତ ହେବ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ । ଚଳିତ ମାସରୁ ଆରମ୍ଭ ହେବାକୁ ଥିବା ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ସିରିଜ୍ ଏକ ସପ୍ତାହ ବିଳମ୍ବରେ ଆରମ୍ଭ ହୋଇପାରେ । ଦକ୍ଷିଣ ଆଫ୍ରିକାରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହେଲା ପରେ ଏପରି ଆଶଙ୍କା ଦେଖାଦେଇଛି । ବିସିସିଆଇ ଏହି ଗସ୍ତ ଉପରେ ବିଚାର ପାଇଁ କିଛି ସମୟ ମାଗିଛି ।

ବିସିସିଆଇ ଅଧିକାରୀଙ୍କ କହିବାନୁସାରେ, ଉଭୟ ବୋର୍ଡ ଓ ସରକାରଙ୍କ ତରଫରୁ କଥାବାର୍ତ୍ତା ଜାରି ରହିଛି । ସିରିଜ ଗୋଟିଏ ସପ୍ତାହ ବିଳମ୍ବରେ ଆରମ୍ଭ ହୋଇପାରେ । ତେବେ ଗସ୍ତକୁ ରବ୍ଦ କରିବା ଚର୍ଚ୍ଚାକୁ ବୋର୍ଡ ଖାରଜ କରିଦେଇଥିଲା । କିନ୍ତୁ ଏବେ ସ୍ଥିତିକୁ ଦେଖି ବୋର୍ଡ ପୁନର୍ବାର ନିଷ୍ପତ୍ତିର ବିଚାର କରିପାରେ ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ ଯେ, ଏବେ ଯେଉଁ ସ୍ଥିତି ଅଛି, ମ୍ୟାଚ୍ ଆୟୋଜନ ହୋଇପାରିବ । ନିଷ୍ପତ୍ତି ନେବାକୁ ଆହୁରି ଅଧିକ ସମୟ ଅଛି ।

ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଟିମ୍ ଇଣ୍ଡିଆକୁ ସମ୍ପୂର୍ଣ୍ଣ ବାୟୋ ବବଲରେ ସୁରକ୍ଷା ପ୍ରଦାନ କରାଯିବ ବୋଲି କହିଥିଲେ । ଏବେ ଭାରତୀୟ ଏ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା ପରେ ଡିସେମ୍ବର ୯ରେ ଦଳ ଦକ୍ଷଣି ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ଭାରତ ତିନୋଟି ଟେଷ୍ଟ, ତିନୋଟି ଦିନିକିଆ ଓ ୪ଟି ଟି୨୦ ମ୍ୟାଚ୍ ଖେଳିବ ।

   Related Posts