ଦୁଇ ଓମିକ୍ରନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୫ ଜଣ ପଜିଟିଭ, ଦିଲ୍ଲୀ-ହାଇଦ୍ରାବାଦରୁ ଜାମନଗର ଯାଏଁ ବଢିଲା ଚିନ୍ତା

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ ୦୩/୧୨: କରୋନା ଭାଇରସର ସବୁଠାରୁ ବିପଜ୍ଜନକ ପ୍ରକାର ଓମିକ୍ରନ୍ ଭାରତରେ ଚିହ୍ନଟ ହୋଇଛି । ଦେଶରେ ଦୁଇ ଜଣଙ୍କର ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଚିନ୍ତାର ବିଷୟ ହେଉଛି, ଦ୍ୱିତୀୟ ଲହରରେ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ଡେଲଟା ଭାରିଆଣ୍ଟଠାରୁ ଏହି ଭୂତାଣୁ ଅର୍ଥାତ୍ ଓମିକ୍ରନ ଅଧିକ ବିପଜ୍ଜନକ ।

କର୍ଣ୍ଣାଟକ ସରକାରଙ୍କ ସୂଚନା ଅନୁଯାୟୀ, ଓମିକ୍ରନ୍‌ରେ ସଂକ୍ରମିତ ୬୬ ବର୍ଷିୟ ବିଦେଶୀ ନାଗରିକ ୨୦ ନଭେମ୍ବରରେ ବେଙ୍ଗାଲୁରୁ ଆସି ୨୭ ନଭେମ୍ବରରେ ଦୁବାଇକୁ ଫେରିଥିଲେ । ଫଳରେ ୨୪ ଜଣ ଲୋକ ତାଙ୍କ ସହ କଣ୍ଟାକ୍ଟରେ ଆସିଥିଲେ । ତେବେ ଏସମସ୍ତ ବ୍ୟକ୍ତିଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି । କିନ୍ତୁ ଚିନ୍ତା ବଢାଇଛି ବେଙ୍ଗାଲୁରୁରେ ମିଳୁଥିବା ଦ୍ୱିତୀୟ ରୋଗୀ ୪୬ ବର୍ଷୀୟ ବ୍ୟକ୍ତି ଯିଏକି ଜଣେ ଡାକ୍ତର । ତାଙ୍କର କୌଣସି ଟ୍ରାଭେଲ ହିଷ୍ଟି ନାହିଁ ।

ଏହି ବ୍ୟକ୍ତି ୨୨ ନଭେମ୍ବରରେ ଓମିକ୍ରନ୍ ପଜିଟିଭ୍ ବୋଲି ଜଣାପଡିଛି । କଣ୍ଟାକ୍ଟ ଟ୍ରେସିଂରୁ ପ୍ରାଇମେରୀ ଷ୍ଟେଜରୁ ୧୩ ଜଣଙ୍କ ମଧ୍ୟରୁ ୩ ଏବଂ ୨୦୫ଟି ସେକେଣ୍ଡାରୀ କଣ୍ଟାକ୍ଟ ମଧ୍ୟରୁ ୨ ଜଣ ପଜିଟିଭ ବୋଲି ଜଣାପଡିଛି । ବେଙ୍ଗାଲୁରୁରେ ଓମିକ୍ରନ୍ ରୋଗୀଙ୍କୁ ଗ୍ରହଣ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇଙ୍କ ସହ କଥା ହୋଇଥିଲେ । କୁହାଯାଉଛି ଯେ ଏହି ଆଲୋଚନାରେ ସିଏମ୍ ବୋମ୍ମାଇ କର୍ଣ୍ଣାଟକର ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.