ଓମିକ୍ରନ ଭୟ : ଏହି ସହରରେ ଲାଗିଲା ୧୪୪ ଧାରା, ଅଧା ଦର୍ଶକରେ ଖୋଲିବ ସିନେମା ହଲ୍

Published By : Prameya-News7 Bureau | December 09, 2021 IST

ଲକ୍ଷ୍ନୌ ୦୯/୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଲକ୍ଷ୍ନୌରେ ଧାରା ୧୪୪ ଜାରି କରାଯାଇଛି । ତତ୍କାଳ ପ୍ରଭାବରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇଛି । ନିର୍ଦ୍ଦେଶନାମା ମୁତାବକ, ରେଷ୍ଟୋରାଂ, ସିନେମା ହଲ୍‌, ମଲ୍ଟିପ୍ଲେକ୍ସ, ଜିମ୍‌, ଷ୍ଟାଡିୟମ ୫୦% କ୍ଷମତା ସହ ଖୋଲିପାରିବ ।

ଲକ୍ଷ୍ନୌରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ କରାଯାଇଛି । ନିବୁଜ ହଲ୍‌ରେ ହେଉଥିବା କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇପାରିବେନି । ବିଧାନସଭା ଆଖପାଖରେ କୌଣସି ବି ଧାରଣା ଓ ପ୍ରତିବାଦ କରାଯାଇପାରିବାନାହିଁ । ଧାର୍ମିକ ସ୍ଥଳୀମାନଙ୍କୁ ଏକାସାଙ୍ଗରେ ୫୦ରୁ ଅଧିକ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେନି । ରାତି ୧୦ଟା ପରେ ଲାଉଡ ସ୍ପିକରରେ ଗୀତ ବାଜେଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି । ସରକାରୀ କାର୍ଯ୍ୟାଳୟ ତଥା ସରକାରୀ ଅଧିକାରୀଙ୍କ ବାସଭବନ ଆଖପାଖରେ ଡ୍ରୋନ୍‌ କ୍ୟାମେରାରେ ସୁଟିଂ କରାଯିବା ଉପରେ ମଧ୍ୟ ରୋକ ଲଗାଯାଇଛି । କୋଭିଡ କଟକଣା ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.