ସାବଧାନ! ଏହି ଚାର୍ଜିଂ କେବୁଲରୁ ବି ହୋଇପାରେ ଆପଣଙ୍କ ଫୋନ ହ୍ୟାକ୍

Published By : Prameya-News7 Bureau | August 15, 2019 IST

ଆଜିକାଲି ଚାର୍ଜିଂରେ ହେଉଥିବା ମୋବାଇଲ ସହ ଜଡିତ ଅନେକ ଘଟଣା ସାମ୍ନାକୁ ଆସୁଛ।  ମୋବାଇଲ ଚାର୍ଜରେ ଲାଗିଥିବା ବେଳେ ଚାର୍ଜିଂ କେବୁଲ କେବୁଲ ମାଧ୍ୟମରେ ଆଇଫୋନ୍‌, ମ୍ୟାକ୍‌,ଏଣ୍ଡ୍ରୋଏଡ୍‌ ଫୋନ୍‌ ହ୍ୟାକ୍‌ ହେବା ବିଷୟରେ ଅଧିକାଂଶ ଲୋକେ ଜାଣିନଥିବେ। ହେଲେ ଡାର୍ଜର କେବୁଲ ଦ୍ବାରା ଆପଣଙ୍କର ବ୍ୟକ୍ତିଗତ ସୂଚନା ହ୍ୟାକର୍ସଙ୍କ ପାଖକୁ ପହଞ୍ଚିବାର ସମ୍ଭାବନା ଥାଏ। ଏହା ଶୁଣିଲେ ଆଚମ୍ବିତ ଲାଗିଲେ ମଧ୍ୟ ଏହି କଥାଟି ସତ।

ଗୋଟେ ଚାର୍ଜର ବା ଡାଟା କେବୁଲ ଦ୍ବାରା ହ୍ୟାକର୍ସମାନେ ଫୋନ୍‌ ଓ କମ୍ପ୍ୟୁଟର ହ୍ୟାକ୍‌ କରନ୍ତି। ଏହା ସହ ସେମାନେ ସିଷ୍ଟମକୁ ମଧ୍ୟ ରିମୋଟକୁ ନେଇ କବ୍‌ଜା କରିପାରିବେ। ଏମ୍‌ଜି ନାମକ ଜଣେ ହ୍ୟାକର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,ସେ ଏମିତି ଏକ ଚାର୍ଜିଂ କେବୁଲ ତିଆରି କରିଛନ୍ତି ଯାହା ସାଧାରଣ ଆଇଫୋନ୍‌ ଚାର୍ଜର ଭଳି ଦେଖାଯାଉଛି। ହେଲେ ଏହି କେବୁଲରେ ଅନେକ କୋଡିଂ ଓ ସ୍କ୍ରିପ୍ଟିଂ ରହିଛି। ଏହି କେବୁଲକୁଫୋନ୍‌ ବା କମ୍ପ୍ୟୁଟର ସହ କନେକ୍ଟ କରିଲେ ହ୍ୟାକର୍ସ ସିଷ୍ଟମକୁ ରିମୋଟରେ ନେଇ ଡାଟା ହ୍ୟାକ କରିପାରିବେ । ଏଥିପାଇଁ ସେ ଆଖପାଖରେ ଉପଲବ୍ଧ ହେଉଥିବା ୱାଇଫାଇ ବା ଡିଭାଇସ୍‌ର ବ୍ୟବହାର କରିପାରନ୍ତି।

ଏମ୍‌ଜି କହିଛନ୍ତି ଯେ, ଏହି କେବୁଲକୁ ମୋଡିଫାଇ କରି ତିଆରି କରାଯାଏ। ଏହାକୁ ଓଏମଜି (OMG) ନାଁ ଦିଆଯାଇଛି। ଏହି କେବୁଲ ସାହାଯ୍ୟରେ ହ୍ୟାକର୍ସ ଅନ୍ୟ ସିଷ୍ଟମକୁ ଭାଇରସ ପଠାଇପାରନ୍ତି ଓ ଫୋନ୍‌ରେ ଥିବା ଡାଟା ହ୍ୟାକ୍‌ କରନ୍ତି। ହ୍ୟାକ୍‌ ହେବା ପରେ ଫୋନ୍‌କୁ କେବଳ ସେମାନେ ବ୍ୟବହାର କରିପାରିବେ ଓ ୟୁଜର୍ସର ପାଇଁ ସବୁ ଡାଟା ଡିଲିଟ ହୋଇଯାଏ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.