Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଓମ୍ଫେଡ୍ କ୍ଷୀରରେ ଭେଜାଲ୍ : ନାହିଁ ଏକ୍ସପାୟରୀ ଡେଟ୍ , କିଛି ମିନିଟ୍ ପରେ ଦିଶୁଛି ମାଟିଆ

16/08/2020 at 12:41 PM

କେନ୍ଦୁଝର ୧୬।୦୮:  ଓମ୍ଫେଡ୍ କ୍ଷୀର ନାଁରେ କେନ୍ଦୁଝରରେ ଜହର ବିକ୍ରି ଅଭିଯୋଗ ।  କେନ୍ଦୁଝର ଓମ୍ଫେଡ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଏବଂ ଦାୟିତ୍ବହୀନତା ଯୋଗୁଁ  କ୍ଷୀରରେ  ଅଖାଦ୍ୟ ମିଶୁଥିବା ଗ୍ରାହକ ଅଭିଯୋଗ କରିଛନ୍ତି । କ୍ଷୀର ରଙ୍ଗ ମାଟିଆ ଦିଶୁଛି । ଯେମିତି ସେଥିରେ କାଦୁଅ ପାଣି ମିଶିଛି । କିଛି ଦିନ ହେଲା କେନ୍ଦୁଝରରେ ଏମିତି କ୍ଷୀର ଯୋଗାଣ ହେଉଥିବା ଗ୍ରାହକ ଅଭିଯୋଗ କରିଛନ୍ତି ।  ଏହି କ୍ଷୀରକୁ ୧୦ ରୁ ୧୫ ମିନିଟ କୌଣସି ପାତ୍ରରେ ରଖିଲେ ତଳେ ମାଟିଆ ରଙ୍ଗର ଏକ ଆସ୍ତରଣ ଜମିଯାଉଛି । ଏହାସହ କ୍ଷୀର ଏବଂ ଦହି ପ୍ୟାକେଟରେ ପ୍ୟାକିଂ କିମ୍ବା ଏକ୍ସପାରି ତାରିଖ ରହୁନି ।

କ୍ଷୀର ବ୍ୟବସାୟରେ କ୍ରାନ୍ତି ଆଣିବାକୁ ସରକାର ଆରମ୍ଭ କଲେ ଓମ୍ଫେଡ । ଆଉ ବିଭିନ୍ନ ଜିଲ୍ଲାରେ ସ୍ଥାପନ କରାଗଲା ଓମ୍ଫେଡ ପ୍ଲାଣ୍ଟ । ସେହିକ୍ରମରେ କେନ୍ଦୁଝର ଜିଲ୍ଲାର ଶିଲୁସୁଆ ଠାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୧ ମସିହାରେ ଓମ୍ଫେଡ ପ୍ଲାଣ୍ଟର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଲକ୍ଷ୍ୟଥିଲା ଲୋକଙ୍କ ପାଖରେ ଶୁଦ୍ଧ ଓ ପୃଷ୍ଟିକର କ୍ଷୀର ପହଞ୍ଚାଇବା ।

କିନ୍ତୁ କେନ୍ଦୁଝର ଓମ୍ଫେଡ କର୍ତ୍ତୃପକ୍ଷଙ୍କର ଖାମଖିଆଲି ମନୋଭାବ ଓ ଦାୟିତ୍ବହିନତା ଯୋଗୁଁ  ଏବେ କ୍ଷୀର ପ୍ୟାକେଟ ଭିତରୁ ବିଭିନ୍ନ ଅଖାଦ୍ୟ ମିଶୁଥିବା ସହ କ୍ଷୀରର ରଙ୍ଗ ମଧ୍ୟ ବଦଳି ଯାଇଥିବା ଲୋକମାନେ ଅଭିଯୋଗ କରୁଛନ୍ତି । ଏପରିକି କ୍ଷୀର ନାମରେ ଲୋକଙ୍କୁ ଜହର ଦିଆଯାଉଥିବା ମଧ୍ୟ ଅଭିଯୋଗ କରାଯାଉଛି ।  ତେବେ ଯଦି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ସରକାର ଯୋଜନା ଆଣିଲେ, ତେବେ ଯୋଜନାର ଦାୟିତ୍ୱରେ ଥିବା ଓମ୍ଫେଡ ପ୍ଲାଣ୍ଟ ଏହାର ତଦରାଖ କରିବା ଦରକାର । କିନ୍ତୁ ସ୍ଥାନୀୟ କର୍ତ୍ତୃପକ୍ଷର ଖାମଖିଆଲୀ ମନୋଭାବ ଲାଗି ସାଧାରଣ ଲୋକ ଏବେ ଜହର ଖାଉଥିବାର ଅଭିଯୋଗ ଆସିଛି ।

ଓମ୍ଫେଡ ପ୍ୟାକେଟ ଭିତରେ ଓ ବାହାରେ ନାଲ / ମାଟିଆ ଦିଶୁଛି । ଯେମିତିକି ଏଥିରେ କାଦୁଆ ବା ପାହାଡିଆ ଗୋଳିଆ ପାଣି ମିଶିଯାଇଛି । ଗତ ଦଶ ଦିନ ଧରି କେନ୍ଦୁଝର ସହରରେ ଓମ୍ଫେଡର ଏପରି କ୍ଷୀର ଯୋଗାଣ ହେଉଥିବା ଗ୍ରାହାକ ମାନେ ଅଭିଯୋଗ କରୁଛନ୍ତି । ଓମ୍ଫେଡର ଯେକୌଣସି ପ୍ୟାକେଟକୁ କାଟି କ୍ଷୀର ବାହାର କରି ବାହାରେ ଏକ ପାତ୍ରରେ ୧୦ ରୁ ୧୫ ମିନିଟ ରଖିଲେ ତଳେ ମାଟିଆ ରଙ୍ଗର ଏକ ଆସ୍ତରଣ ବସିଯାଉଛି । ଆହୁରି ମଧ୍ୟ ଏକାଧିକ କ୍ଷୀର ଓ ଦହି ପ୍ୟାକେଟ ଉପରେ ପ୍ୟାକିଂ କିମ୍ବା ଏକ୍ସପାରିର ତାରିଖ ଲେଖାଯାଉନାହିଁ ।

ବର୍ତମାନ କରୋନା ଭଳି ମହାମାରୀ ସମୟରେ କେନ୍ଦୁଝର ଲୋକଙ୍କୁ ଏପରି ଅପମିଶ୍ରିତ କ୍ଷୀର ଯୋଗାଣ ବନ୍ଦ କରାଯାଉ । ଏଭଳି ଅପମିଶ୍ରିତ କ୍ଷୀର କିପରି ବାହାରକୁ ଯୋଗାଣ ହେଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉଛି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ତେବେ ଓମ୍ଫେଡରେ ଚାଲିଥିବା ଅପମିଶ୍ରିତ ଖବରକୁ ବିଭାଗୀୟ ମନ୍ତ୍ରୀ ଡଃ ଅରୁଣ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଘଟଣାର ଖୁବଶୀଘ୍ର ତଦନ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।  

   Related Posts