ମହଙ୍ଗା ହେଲା ଓମ୍‌ଫେଡ୍‌ କ୍ଷୀର

Published By : Prameya-News7 Bureau | September 26, 2019 IST

ଭୁବନେଶ୍ୱର - ଶୁକ୍ରବାରଠାରୁ ମହଙ୍ଗା ହେବ ଘରେ ଘରେ ପରିଚିତ ଓମଫେଡ୍‌ କ୍ଷୀର। ଲିଟର ପିଛା ୪ ଟଙ୍କା ବଢ଼ିବ। ଆସନ୍ତାକାଲି ଠାରୁ  ବର୍ଦ୍ଧିତ ଦର ଲାଗୁ ହେବ।ଏହାକୁ  ନେଇ  ମିଶ୍ର ପ୍ରତିକ୍ରିୟା ଦେଖା ଦେଇଛି ।

   ୨୭ ତାରିଖରୁ ମହଙ୍ଗା ହେବ   ଓମଫେଡ କ୍ଷୀର। ଲିଟର ପିଛା ୪ ଟଙ୍କା ବଢାଇବାକୁ   ସରକାରଙ୍କୁ ଓମଫେଡ ପ୍ରସ୍ତାବ ଦେଇଛି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଓମ୍‌ଫେଡ୍‌ର ପ୍ରିମିୟମ୍‌ ଓ ଗୋଲ୍ଡ ପ୍ରିମିୟମ୍‌ କ୍ଷୀରର ଲିଟର ପିଛା ଦର ୪୦ ଟଙ୍କା ଥିଲା। ପ୍ରସ୍ତାବ ଅନୁସାରେ ଆସନ୍ତାକାଲିଠୁ ଏଥିଲାଗି ଖାଉଟିଙ୍କୁ ୪୪ ଟଙ୍କା ଦେବାକୁ  ପଡ଼ିବ।

{"id":163106,"width":553,"height":311}

  କ୍ଷୀର ଭଳି ଜରୁରୀ  ଖାଦ୍ୟ ଶିଶୁ ,ରୋଗୀମାନଙ୍କ  ଦରକାର ହୋଇଥାଏ। ଦର ବୃଦ୍ଧିକୁ ଖାଉଟିଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ  ପାଇଛି ।   ଦର ବୃଦ୍ଧି ଯୋଗୁ  ଦୁଗ୍ଧ ଚାଷୀ ଲିଟର ପିଛା ଅତିରିକ୍ତ  ତିନି ଟଙ୍କା ପାଇବେ।

{"id":163107,"width":568,"height":321}

ଗୋଖାଦ୍ୟ, ଔଷଧ, ବିଜୁଳି  ଓ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ଯୋଗୁଁ ରାଜ୍ୟ ତିନି ଲକ୍ଷ   ଦୁଗ୍ଧ ଚାଷୀଙ୍କ ଦାବିକୁ ଗୁରୁତ୍ବ ଦେଇ   ଓମଫେଡ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।   ଏହା ଦ୍ବାରା ଗ୍ରାମାଞ୍ଚଳରେ ଦୁଗ୍ଧ ଚାଷୀ ଲାଭବାନ ହୋଇ ପାରିବେ।। ଟୋନଡ  କ୍ଷୀର ୩୪ ଟଙ୍କାରୁ ୩୮ ଟଙ୍କା ଓ ପ୍ରିମୟମ  କ୍ଷୀର ୪୦ ରୁ ୪୪, ଗୋଲଡ ପ୍ରିମିୟମ୪୦ରୁ ୪୪ କୁ ବଢିବାକୁ ପ୍ରସ୍ତାବ ଦିଆଯାଇଛି। ଓମଫେଡ ନିକଟରେ  ପ୍ୟାକେଜିଙ୍ଗ ପାଇ  ଗଛିତ ପୁରୁଣା ପଲିଥିନ ସରିବା ପର୍ଯ୍ୟନ୍ତ ଛାପାଥିବା ଦର ପରିବର୍ତ୍ତେ ନୂତନ ଦରରେ  ଖାଉଟୀ ମାନଙ୍କୁ ଦୁଗ୍ଧ କ୍ରୟ କରିବାକୁ ଅନୁରୋଧ କରାଯାଇଛି।  

{"id":163108,"width":558,"height":318}

ଦର ବୃଦ୍ଧି ଯୋଗୁଁ   ଗ୍ରାହକଙ୍କ  ଉପରେ  ଅତିରିକ୍ତ ବୋଝ ପଡିବ ବୋଲି  ଗ୍ରାହକ କହୁଥିବା ବେଳେ   ବର୍ଦ୍ଧିତ ୪ ଟଙ୍କାରୁ   ଅଧିକ ଭାଗ    ଚାଷୀଙ୍କୁ  ମିଳୁ ବୋଲି ମତ  ଦେଇଛନ୍ତି। ସେପଟେ  ଲିଟର  ପିଛା ୪ ଟଙ୍କା ବଢିବା ​​ ଯୋଗୁଁ ବଜାରରେ ଦୁଗ୍ଧଜାତ ସାମଗ୍ରୀ ଦର  ବଢି ଯିବ ବୋଲି କହିଛନ୍ତି   ବ୍ୟବସାୟୀ ।

ଦର ବୃଦ୍ଧି ଯୋଗୁ ​‌ରୋଗୀ ମାନଙ୍କୁ  ମେଡିକାଲରେ   ଦିଆଯାଉଥିବା କ୍ଷୀର ପାଇଁ ଅତିରିକ୍ତି  ଆର୍ଥିକ  ବୋଝ ପଡିବ ବୋଲି କହିଛନ୍ତି କ୍ୟାପିଟାଲ ମେଡିକାଲ କର୍ତ୍ତୃପକ୍ଷ।ସେପେଟ  ଦୁଗ୍ଧ ଦର ବୃଦ୍ଧି ନେଇ  ବିଭିନ୍ନ ସମୟରେ  ରାସ୍ତାରେ କ୍ଷୀର  ଢାଳି ପ୍ରତିବାଦ କରିଆସୁଥିବା ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ ସ୍ବାଗତ କରିଛି। ଗୋଖାଦ୍ୟ, ଓୗଷଧ,  ଚିକିତ୍ସା ଦିନକୁ ଦିନ ମହଙ୍ଗା ​‌ହେଉଥିବାରୁ   ସରକାରୀ ସ୍ତରରେ    ଦୁଗ୍ଧ ଚାଷୀଙ୍କୁ ଅଧିକ ପ୍ରୋତ୍ସାହନ ଦେବାକୁ ଦାବି କରିଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ।ଉତ୍ତର ପ୍ରଦେଶ ଭଳି ଅଙ୍ଗନଓ୍ବାଡି  ରେ ଶିଶୁ ମାନଙ୍କୁ ପନିର,  କ୍ଷୀର , ଛେନା ଦିଆଯାଇଥିବା ଭଳି  ଓଡିଶାର  ସମସ୍ତ ଅଙ୍ଗନଓ୍ବାଡି ରେ ଶିଶୁ ମାନଙ୍କୁ ପନିର,  କ୍ଷୀର , ଛେନା ଦିଆଗଲେ     ରାଜ୍ୟ ଦୁଗ୍ଧ ଚାଷୀ  ଉପକୃତ ହୁଅନ୍ତେ  ବୋଲି  ରାଜ୍ୟ  ଦୁଗ୍ଧ ଚାଷୀ ମହାସଂଘ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.