ବଢିଲା ଓମଫେଡ୍ ଦୁଗ୍ଧ ଦର, ଜାଣନ୍ତୁ କେତେ ଟଙ୍କା ବଢିଲା

Published By : Prameya-News7 Bureau | September 26, 2019 IST

ଭୁବନେଶ୍ବର ୨୬।୯: ଦୁଗ୍ଧ ଦର ବଢାଇଲା ଓମଫେଡ୍ । ଏଣିକି ଖାଉଟିମାନେ ଲିଟର ପିଛା ଟୋନ୍‌ଡ ଦୁଗ୍ଧକୁ ୩୪ ଟଙ୍କା ବଦଳରେ ୩୮ଟଙ୍କା ଓ ପ୍ରିମିୟମ୍‌ ଦୁଗ୍ଧକୁ ୪୦ଟଙ୍କା ବଦଳରେ ୪୪ଟଙ୍କା ଓ ଗୋଲ୍ଡ ପ୍ରିମିୟମ୍‌ ଦୁଗ୍ଧକୁ ୪୦ ଟଙ୍କା ବଦଳରେ ୪୪ଟଙ୍କାରେ କ୍ରୟ କରିବେ ।

ସୂଚନାଯୋଗ୍ୟ ଯେ, ଦୁଗ୍ଧ ଚାଷୀମାନଙ୍କ ଦ୍ବାରା ଗୋ-ପାଳନ ଏବଂ ଦୁଗ୍ଧ ଉତ୍ପାଦନରେ ଖର୍ଚ୍ଚବୃଦ୍ଧି ଯୋଗୁଁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବାପାଇଁ ଚାଷୀମାନେ ଦୀର୍ଘଦିନରୁ ଦାବିକରି ଆସୁଥିଲେ । ଗୋପାଳନ ପାଇଁ ଆବଶ୍ୟକ ଗୋ-ଖାଦ୍ୟ, ଔଷଧ, ବିଜୁଳି ତଥା ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ଯୋଗୁଁ ୩ ଲକ୍ଷ ଦୁଗ୍ଧ ଚାଷୀମାନଙ୍କ ଦାବିକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ।

ଦୁଗ୍ଧ ଚାଷୀଙ୍କ ଉତ୍ପାଦିତ ଦୁଗ୍ଧର କ୍ରୟ ମୂଲ୍ୟ କି.ଗ୍ରା. ପିଛା ୩ ଟଙ୍କା ବଢାଯିବାରୁ ଦୁଗ୍ଧର ଖାଉଟି ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ଓମଫେଡ୍ କର୍ତ୍ତୃପକ୍ଷ । ଆସନ୍ତାକାଲିଠାରୁ ଲାଗୁ ହେବ ନୂଆ ବର୍ଦ୍ଧିତ ଦର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.