ଆସୁଛି ୫ ଲକ୍ଷ ଓମିସିଓର କିଟ୍, ପ୍ରଥମ ରାଜ୍ୟ ଭାବେ ଅର୍ଡର ଦେଇଥିଲା ଓଡିଶା

Published By : Prameya-News7 Bureau | January 17, 2022 IST

ଭୁବନେଶ୍ୱର ୧୭।୦୧: ଓଡ଼ିଶା ଆସୁଛି ଓମିସିଓର କିଟ୍। ରାଜ୍ୟରେ ଆଜି ପହଞ୍ଚିଯିବ ଓମିକ୍ରନ ଭୂତାଣୁ ଚିହ୍ନଟ କରିପାରୁଥିବା କିଟ୍ ଓମିସିଓର । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ କିଟ୍ ଆସିବ । ଏହାର ବ୍ୟବହାର ଫଳରେ ଆଉ ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡିବନି ।

ଖବର ଅନୁଯାୟୀ, କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିଲା। ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡକୁ ଅର୍ଡର ଦେଇଥିଲା ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ । ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଶୀଘ୍ର ଜଣା ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.