Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

‘କୌଣସି ସରକାର ସବୁ ବେଳେ ରହିବ ନାହିଁ, ଆମେ ଅପେକ୍ଷା କରିବୁ’- ଅବଦୁଲ୍ଲା

16/10/2020 at 10:01 AM

ଶ୍ରୀନଗର ୧୬/୧୦: ଜମ୍ମୁ-କଶ୍ମୀର ଓ ନ୍ୟାସନାଲ କନଫରେନ୍ସ ନେତା ଓମର ଅବଦୁଲ୍ଲା ଏକ ସାକ୍ଷାତକାରରେ ଧାରା ୩୭୦ ହଟାଯିବା ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି କୌଣସି ସରକାର ସବୁବେଳେ ରହି ନ ଥାଏ। ସେ ଅପେକ୍ଷା କରିବେ। ୨୨୧ ଦିନ ନଜରବନ୍ଦୀ ରହିବା ପରେ ଏହା ହେଉଛି ତାଙ୍କର ପ୍ରଥମ ସାକ୍ଷାତକାର। ଗୁରୁବାର ପାରୁକ ଅବଦୁଲ୍ଲା, ଉମର ଅବଦୁଲ୍ଲା, ​ମେହବୁବା ମୁପ୍ତତି ସମେତ ଅନେକ ନେତା ଗୁପକର ବୈଠକରେ ସାମିଲ ହୋଇ ଥିଲେ। ଏ ବୈଠକ ପରେ ସେ କହିଲେ, ‘ଆମେ ଆମ ଅଧିକାରର ଲଢ଼େଇ ଲଢ଼ୁଛୁ। କେନ୍ଦ୍ରର ନରେନ୍ଦ୍ର ​‌ମୋଦି ସରକାରଙ୍କ ନିଷ୍ପତ୍ତି ଜମ୍ମୁ-କଶ୍କୀର ହିତରେ ନାହିଁ।

ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ସେ ଅଧିକାର ଲଢ଼େଇ ଲଢ଼ୁଛନ୍ତି। ଅନୁଚ୍ଛେଦ ୩୭୦ ବିରୋଧରେ ପୂର୍ବରୁ ସ୍ବର ଉତ୍ତୋଳନ କରିଥିଲେ ଓ ଆଜି ମଧ୍ୟ ଉଠାଉଛନ୍ତି। କେନ୍ଦ୍ରର ଫଇସଲା ରାଜ୍ୟବାସୀଙ୍କ ହିତରେ ନାହିଁ। ଗୁପକର ବୈଠକ ୨୦୧୯ ଅଗଷ୍ଟରେ ୪ରେ ଆରମ୍ଭ ହୋଇଥିଲା। ଆଜି ଏହାକୁ ଏକ ଉଚିତ ନାଁ, ଔପଚାରିକ ସଂରଚନା ଓ ଯୁକ୍ତଯୁକ୍ତ ଏଜେଣ୍ଡା ଦେବା ପାଇଁ ସୁଯୋଗ ମିଳିଛି। ଏହା ଅବସରବାଦୀ ମହାମେଣ୍ଟ ନୁହେଁ। କିନ୍ତୁ ଏହା ରାଜନୈତିକ। ଏହାକୁ ସାମାଜିକ ମହାମେଣ୍ଟ କହି ହେବ ନାହିଁ।

ଅବଦୁଲା ଅନୁଛେଦ ୩୭୦ ଉଚ୍ଛେଦକୁ ସେ ଅସାମ୍ବାଧାନିକ କହିଛନ୍ତି। ଅସାମ୍ବାଧାନିକ ଓ ବେଆଇନ ଭାବେ ସେମାନଙ୍କ ଠାରୁ ଏହାକୁ ଛଡାଇ ନିଆଯାଇଛି। ଏହାକୁ ଫେରାଇ ଆଣିବାର ଏହା ହେଉଛି ସାମ୍ବିଧାନିକ ଓ ଶାନ୍ତିପୂଣ୍ଣ ତରିକା। ଏହା ସହ ସେ କହିଛନ୍ତି ଅନୁଚ୍ଛେଦ ୩୭୦କୁ ଚୀନ ସାହାଯ୍ୟ ଫେରାଇ ଅଣାଯିବ। ଇଏ ତ ବିଜେପି ପ୍ରବକ୍ତାଙ୍କ ଫର୍ମୂଲା କହିଛନ୍ତି ଅବଦୁଲା।

ଗୁପକର ବୁଝାମଣା କ’ଣ: ୨୦୧୯ ଅଗଷ୍ଟ ୪ରେ ପାରୁକ ଅବଦୁଲା ଗୁପକର ସ୍ଥିତ ବାସଭବନରେ ଗୋଟିଏ ସର୍ବଦଳୀୟ ବୈଠକ ହୋଇଥିଲା। ସେଠାରେ ଏକ ପ୍ରସ୍ତାବ ଜାରି କରାଯାଇ ଥିଲା। ଯାହାକୁ ଗୁପକର ବୁଝାମଣା କୁହାଗଲା। ଏହା ଅନୁସାରେ ଦଳ ନିଣ୍ଣୟ ନେଲା ଜମ୍ମୁ-କଶ୍ମୀରର ପରିଚିତ ଓ ଏହାର ବିଶେଷ ଅଧିକାର ବଜାୟ ରଖିବା ପାଇଁ ସାମୁହିକ ପ୍ରୟାସ ଜାରି ରହିବ।

   Related Posts