'ଖୁସିରେ ଲଗାଇବି ଟିକା, ଭାକସିନ୍ କୌଣସି ଦଳର ନୁହେଁ', ଅଖିଲେଶଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲେ ଓମାର

Published By : Prameya-News7 Bureau | January 03, 2021 IST

ଭୁବନେଶ୍ବର, ୦୩୦୧ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କରୋନା ଭାକସିନକୁ ନେଇ ଖୁସି ଜାହିର କରିଛନ୍ତି । ସେ ଟିକା ଲଗାଇବାକୁ ପ୍ରସ୍ତୁତ ଥିବା କହିଛନ୍ତି । ସେ କହିଛନ୍ତି ଯେ, ଯେତେ ଲୋକ ଟିକାକରଣ କରିବେ ସେତେ ଦେଶ ଓ ଅର୍ଥନୀତି ପାଇଁ ଭଲ । ଭାକସିନ୍ କୌଣସି ରାଜନୈତିକ ଦଳର ନୁହେଁ । ଯେତେଶୀଘ୍ର ଭାକସିନ୍ ଲୋକଙ୍କ ପାଖରେ ପହଁଚିବ ସେତେ ଭଲ ।

ସେହିପରି ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ସେ ଆଉ କାହା କଥା ଜାଣି ନାହାଁନ୍ତି । କିନ୍ତୁ ସେ ନିଜ ବାମ ହାତ ଉଠାଇ ଟିକା ଲଗାଇବେ । ଏହି ଭାଇରସ ଅନେକ ଲୋକଙ୍କ ଜୀବନ ନେଇଛି । ଟିକା ନେବା ଦ୍ୱାରା ସ୍ଥିତି ସାଧାରଣ ହେବ ।

ଓମାର ଅବଦ୍ଦୁଲାଙ୍କ ଏହି ପ୍ରତିକ୍ରିୟା ଅଖିଳେଶଙ୍କ ବୟାନ ପରେ ସାମ୍ନାକୁ ଆସିଛି । କାରଣ ଅଖିଳେଶ କହିଥିଲେ ଯେ, ସେ ଟିକା ଲଗାଇବେ ନାହିଁ । ସେ ବିଜେପିର ଭାକସିନ୍ ଉପରେ ଭରସା କରନ୍ତି ନାହିଁ । ପରେ ଏହି ମାମଲାରେ ସେ ସଫେଇ ଦେଇଥିଲେ । ବୈଜ୍ଞାନିକଙ୍କ ଦକ୍ଷତା ଉପରେ ଭରସା ରହିଛି କିନ୍ତୁ ବିଜେପିର ତାଳି-ଥାଳି ଭଳି ଅବୈଜ୍ଞାନିକଙ୍କ ଉପରେ ଭରସା ନଥିବା ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.