ମୁକ୍ତ ହେଲେ ଓମାର ଅବଦୁଲ୍ଲା, ସାତ ମାସ ହେଲା ଥିଲେ ଗୃହବନ୍ଦୀ

Published By : Prameya-News7 Bureau | March 24, 2020 IST

ଶ୍ରୀନଗର ୨୪।୦୩: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଙ୍ଗଳବାର ଦିନ ମୁକ୍ତ କରାଯାଇଛି ।  ଜାମ୍ମୁ-କାଶ୍ନୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଠାରୁ PSA ହଟାଇ ଦିଆଯାଇଛି  ବୋଲି ସୂଚନା ମିଳିଛି । ଅବଦୁଲ୍ଲା ଗତ ଅଗଷ୍ଟ ମାସରୁ ଘର ବନ୍ଦୀ ଅବସ୍ଥାରେ ରଖିଥିଲେ ସରକାର । ତେବେ ୮ମାସ ପରେ ଓମାର ଅବଦୁଲ୍ଲା  ମୁକ୍ତ ହେବାକୁ ଯାଉଛନ୍ତି । ଏହାପୂର୍ବରୁ ତାଙ୍କ ପିତା ଫାରୁକ ଅବଦୁଲ୍ଲାଙ୍କୁ ମଧ୍ୟ ମୁକ୍ତ କରାଯାଇଥିଲା ।

ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ Aକୁ ହଟାଯାଇଥିଲା । ସଂସଦର ଉଭୟ ଗୃହରେ ବହୁମତରେ ଏହା  ପାସ୍‌ ହୋଇଥିଲା । କିନ୍ତୁ ଧାରା ହଟାଯିବା ପୂର୍ବରୁ ଜାମ୍ମୁ-କାଶ୍ମୀରରି ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା  ,ମେହବୁବା ମୁଫ୍‌ତିଙ୍କ ସହିତ କିଛି ନେତାଙ୍କ ନଜର ବନ୍ଦ ରଖିଥିଲା ସ୍ଥାନୀୟ ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ଏମାନଙ୍କୁ ଗୃହବନ୍ଦୀ କରାଯାଇଥିଲା । ଯାହାକୁ ନେଇ ସେତେବେଳେ ସଂସଦରେ ପ୍ରବଳ ବିରୋଧ ହୋଇଥିଲା । ତେବେ ଏସବୁ ବିରୋଧ କରି ପ୍ରଶାସନ ସମସ୍ତଙ୍କ ଗୃହବନ୍ଦ କରିଥିଲା । ସେହିଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୃହବନ୍ଦୀ ଥିଲେ । ତେବେ କିଛି ଦିନ ତଳେ ଫାରୁକ ଅବଦୁଲ୍ଲାଙ୍କୁ ମୁକ୍ତ କରିଥିଲେ । ତେବେ ସରକାର ଜାମ୍ମୁ-କାଶ୍ମୀରରୁ ଏହି ଦୁଇଟି ଧାରା ହଟାଇବା ସହ ଦୁଇଟି ରାଜ୍ୟରେ ବିଭକ୍ତି କରିଥିଲେ । ଏବଂ ଉଭୟ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ତେବେ ଓମାର ଅବଦୁଲ୍ଲାଙ୍କ ଗୃହବନ୍ଦୀରୁ ମୁକ୍ତ କରିବା ପାଇଁ ତାଙ୍କ ଭଉଣୀ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଜାମ୍ମୁ-କାଶ୍ମୀର ପ୍ରଶାସନକୁ ଜଣାଇଥିଲେ ଯେ, ତୁରନ୍ତ ଓମାରଙ୍କ ସମ୍ପର୍କରେ କୋର୍ଟକୁ ଜଣାଅ । ତାଙ୍କୁ କେବେ ମୁକ୍ତ କରୁଛ, ସେ ବିଷୟରେ ସବିଶେଷ ତଥ୍ୟା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.