Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ହେପାଜତରେ ଥିବା ଉମର ଅବଦୁଲ୍ଲା ଜିମ୍‌ରେ କରୁଛନ୍ତି କସ୍‌ରତ, ମେହବୁବା ମୁଫ୍ତି ପଢ଼ୁଛନ୍ତି ବହି…

18/08/2019 at 12:40 PM

ନୂଆଦିଲ୍ଲୀ୧୮|୮: ନେସନାଲ କଂଗ୍ରେସର ଉପାଧକ୍ଷ ତଥା ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବେ ଫିଲ୍ମ ଦେଖି ଓ ଜିମ୍‌ରେ ବ୍ୟାୟମ କରି ଝାଳ ବାହାର କରୁଛନ୍ତି। ସରକାର ତାଙ୍କୁ ହେପାଜତରେ ନେଇ ଶ୍ରୀନଗରର ଗୁପକର ରୋଡ ଅଞ୍ଚଳର ହରି ନିବାସ ଗେଷ୍ଟ ହାଉସରେ ରଖିଛନ୍ତି। ସେହିପରି ଜମ୍ମୁ-କାଶ୍ମୀର ପୂର୍ବତନ ମନ୍ତ୍ରୀ ମେହବୁବା ମୁଫ୍‌ତି ଚଶ୍ମା ଶାହିରେ ବହି ପଢ଼ି ଦିନ କାଟୁଛନ୍ତି। ଜମ୍ମୁ-କାଶ୍ମୀରର ପର୍ଯ୍ୟଟନ ବିକାଶ ନିଗମର ଥିବା ଗେଷ୍ଟ ହାଉସରେ ସରକାର ତାଙ୍କୁ ରଖିଛନ୍ତି। ଗେଷ୍ଟ ହାଉସରେ ପାଖରେ ଥିବା ମୁଗଲ ଗାର୍ଡେନକୁ ବୁଲିବା ପାଇଁ ତାଙ୍କୁ ଅନୁମତି ଦିଆଯାଇଛି।

ସୂଚନା ମୁତାବକ, ମେହବୁବା ମୁଫ୍‌ତି ଓ ଉମର ଅବଦୁଲ୍ଳା ଉଭୟଙ୍କୁ ପ୍ରଥମେ ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଥିଲା। ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ଏବେ ତାଙ୍କୁ ଅଲଗା ଅଲଗା ସ୍ଥାନରେ ରଖାଯାଉଛି। ଉମର ଅବଦୁଲା ଏବେ ହରି ନିବାସ ଗେଷ୍ଟ ରହୁଥିବା ବେଳେ ମେହବୁବା ମୁଫ୍‌ତିଙ୍କୁ ଚଶ୍ମେ ଶାହିକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ ଯେ, ହେପାଜତରେ ଥିବା ଉମର ଅବଦୁଲ୍ଲା ସମୟ ବିତାଇବା ପାଇଁ ତାଙ୍କୁ ହଲିଉଡ ଫିଲ୍ମ ଡିବିଡି ଦିଆଯାଇଛି। ଏଥିସହ ଜିମ୍ ଯିବା ପାଇଁ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇଛି। ଉମର ଅବଦୁଲ୍ଲା ପ୍ରତିଦିନ ଜିମରେ ଓ୍ବାର୍କ ଆଉଟ କରି ଝାଳ ବାହାର କରୁଛନ୍ତି। ନୋଟବୁକ୍‌​‌ରେ ପ୍ରତିଦିନ ସେ କିଛି ନା କିଛି ଲେଖୁଛନ୍ତି ବୋଲି ଅଧିକାରୀଙ୍କ ସୂଚନାରୁ ଜଣାପଡିଛି।

ବର୍ତ୍ତମାନ ସାସଂଦ ଫାରୁକ ଅବଦୁଲଙ୍କୁ ମଧ୍ୟ ସରକାର ନଜର ବନ୍ଦୀ କରିଛନ୍ତି। ଗୁପକର ରୋଡରେ ଥିବା ତାଙ୍କ ଘର ସାମ୍ନାରେ ପୋଲିସ ପ୍ରହାର ଦେଉଛନ୍ତି। ସେହିପରି ପିଡିପିର ଅନ୍ୟ ନେତାଙ୍କୁ ସରକାର ହେପାଜତ​କୁ ନେଇଛି। କାଶ୍ମୀରରୁ ଧାରା ୩୭୦ ହଟିବା ପରେ ହିଂସାକୁ ଲକ୍ଷ୍ୟକରି ଏମାନଙ୍କୁ ସରକାର ହେପାଜତରେ ନେଇଛନ୍ତି।

   Related Posts