Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ

17/10/2021 at 8:36 PM

ଦୁବାଇ ୧୭/୧୦ : ପ୍ରାୟ ସାଢେ ୫ ବର୍ଷ ପରେ ପୁଣିଥରେ ଆରମ୍ଭ ହୋଇଯାଇଛି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ମହାସମର । ଓମାନ ଏବଂ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଇଛି ପ୍ରଥମ ମ୍ୟାଚ୍ । ଯେଉଁଥିରେ ଧମାକାଦାର ବିଜୟ ହାସଲ କରିଛି ଓମାନ । ପାପୁଆ ନ୍ୟୁ ଗିନିକୁ ୧୦ ଓ୍ବିକେଟରେ ପରାସ୍ତ କରି ଦମଦାର ଆରମ୍ଭ କରିଛି ଓମାନ୍ ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୩୦ ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ଅସଦ ବଲା ୪୩ ବଲରୁ ୫୬ ରନ କରି ଆଉଟ ହୋଇଥିବା ବେଳେ ଚାର୍ଲ୍ସ ଓମିନି ୩୭ ରନ କରିଥିଲେ । ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ ସ୍କୋର କରିବାକୁ ସକ୍ଷମ ହୋଇପାରିନଥି​‌ଲେ ।  ଜବାବରେ ଓମାନ ବିନା ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି । ଓମାନ ପକ୍ଷରୁ ଅଧିନାୟକ ଜୀସାନ ମକସୁଦ୍‌ଙ୍କ ଦମଦାର ବୋଲିଂ ଆଗରେ ନ୍ୟୁ ଗିନିର ବ୍ୟାଟ୍ସମ୍ୟାନ ମାନେ ବଡ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ପରେ ଦୁଇ ଓପନର ଜତିନ୍ଦର ସିଂହ ଏବଂ ଆକିବ୍‌ ଇଲୟାସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସହଜ ବିଜୟ ହାସଲ କରିଛି ଓମାନ ।

ତେବେ ବଡ କଥା ହେଉଛି ଓମାନ ପକ୍ଷରୁ ଭାରତୀୟ ବଂଶୋଭବ ବ୍ୟାଟ୍ସମ୍ୟାନ୍‌ ଜତିନ୍ଦର ସିଂହ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ୧୩୧ ରନର ବିଜୟ ଲକ୍ଷ ପିଛା କରୁଥିବା ଓମାନ ପକ୍ଷରୁ ଜତିନ୍ଦର ଏକାକୀ ୪୨ ବଲରୁ ଅପରାଜିତ ୭୩ ରନର ଇନିଂସ ଖେଳିଛନ୍ତି । ସେହିପରି ଆକିବ୍‌ ଇଲିୟାସ ୪୩ ବଲ ଖେଳି ୫୦ ରନ କରିଛନ୍ତି । ଯାହା ଫଳରେ ୧୦ ଓ୍ବିକେଟ ବାକି ଥାଇ ଦଳ ବିଜୟ ହାସଲ କରିଛି ।

   Related Posts