ଓମାନର ସୁଲତାନଙ୍କ ନିଧନ- ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା

Published By : Prameya-News7 Bureau | January 11, 2020 IST

ମରିସସ୍‌ - ଓମାନର ସୁଲତାନଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି । ସେ ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଏହାପରେ ଶନିବାରଠାରୁ ଓମାନରେ ୩ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।

{"id":209691,"sizeSlug":"large"}

ଓମାନର ସୁଲତାନ କାବୁସ ବିନ୍‌ ସୟିଦଙ୍କର ନିଧନ ହୋଇଛି । ଓମାନର ଗଣ ମାଧ୍ୟମ ଅନୁସାରେ ସୁଲତାନ କାବୁସଙ୍କର ନିଧନ ଶୁକ୍ରବାରରେ ହୋଇଛି । ଶନିବାର ଠାରୁ ତିନି ଦିନର ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଅଧିକାରୀକ ଭାବେ ସୁଲତାନଙ୍କ ମୃତ୍ୟୁର କୌଣସି କାରଣ ଦର୍ଶାଯାଇ ନାହିଁ ।

{"id":209688,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଲତାନଙ୍କର ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଦୂରଦର୍ଶୀ ନେତା ଥିଲେ । ସୁଲତାନ କାବୁସ ବିନ୍‌ ସୟିଦ ୨୩ ଜୁଲାଇ ୧୯୭୦ରେ କାର୍ଯ୍ୟଭାର ସମ୍ଭାଳିଥିଲେ ।

wp:core-embed/twitter {"url":"https://twitter.com/narendramodi/status/1215827698959802369","type":"rich","providerNameSlug":"twitter","className":""}
https://twitter.com/narendramodi/status/1215827698959802369
/wp:core-embed/twitter

କାବୁସ ବିନ୍‌ ସୟିଦ ଓମାନରେ ଦୀର୍ଘ ସମୟ କାଳ ସୁଲତାନ ରହିଛନ୍ତି । ୧୯୭୦ରେ ସନିଜ ପିତାଙ୍କୁ ଗାଦିରୁ ହଟାଇ ନିଜେ ସୁଲତାନ ଭାର ଗ୍ରହଣ କରିଥିଲେ ।

{"id":209689,"sizeSlug":"large"}

ସେ ବିବାହ କରି ନଥିଲେ । ତାଙ୍କ ପରେ କିଏ ଉତ୍ତରାଧିକାରୀ ହେବ ସେ ନେଇ ଅନେକ କଳ୍ପନା ଜଳ୍ପନା ଜାରି ରହିଛି। ତାଙ୍କ ପରିବାରର କିଏ ଏହି ପଦ ଭାର ଗ୍ରହଣ କରିବ ସେ ନେଇ ଆଶା କରାଯାଉଛି । ସୁଲତାନଙ୍କ ମୃତ୍ୟୁର ୩ ଦିନ ମଧ୍ୟରେ ଆଉ ଜଣେ ସୁଲତାନ ପଦ ଭାର ଗ୍ରହଣ କରିଥାଆନ୍ତି । ଶାହି ପରିବାର ପରିଷଦ ପକ୍ଷରୁ ସୁଲତାନଙ୍କ ନିର୍ଣ୍ଣୟ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.